STORYMIRROR

Akshayakumar Dash

Abstract

1  

Akshayakumar Dash

Abstract

ଚିଲ

ଚିଲ

1 min
83

ଧୋବଧୋବ ଖଦି କୁର୍ତ୍ତା

ଗାନ୍ଧୀଙ୍କ ଭାବମୂର୍ତି ଉପରେ

ମୋହର ଲଗାଇ ଚଲୁଥିବା ନୋଟ ପରି

ଏମାନଙ୍କ ଚଳଣି ସେବକ ସୂଚାଏ,

ବିରୋଧୀମାଟିଆ ଚିଲ ଦୋଷ ଦେଖେ

ସଂଖଚିଲ ଉପରେ ଚକି କାଟନ୍ତି

ଆହାର ଦେଖିଲେ ଝାମ୍ପିନିଅନ୍ତି

କୁଆ,ପେଚା ସାରଗୁଣା ବିଲୁଆ

ମଲା ମାନ୍ସ ଖଣ୍ଡେ ଚେନେ ପାଇଁ

ସଂଖଚିଲ ଭାଇ ନମସ୍କାର

ମାଟିଆ ଚିଲକୁ ଗୋଇଠା ମାର

ସ୍ଲୋଗାନ ରଡି ଦିଅନ୍ତି

ଏମାନଙ୍କ କଵଜ୍ଜା ରେ ଥାନା

ଆଉଦଳେ ଥାନ୍ତି ବାନା

ଚାନ୍ଦା ନେବେ, ମଣିଷ ମାରିବେ

ମଦ ମାନ୍ସ ଖାଇ ପିଇ ଧୋଉଡିବେ

ବାଲ୍ମୀକି ସାଜି ଡକାୟତି କରିବେ

ଆଉଦଳେ ଭଦଦ୍ଭଦଳିଆ ସ୍ତୁତି କରନ୍ତି

ଡ଼ାକବାଜି ଧରି ପୁରାଣ ଶୁଣାନ୍ତି

ଏକତାଳରେ ଚାଲିବାକୁ ଉପଦେଶ ଦିଅନ୍ତି

ଗୁଡ ଦେଖି ଜନ୍ଦା ଘେରି ରୁହନ୍ତି

ବିଚରା ମୁଣ୍ଡ ଝାଳ ତୁଣ୍ଡରେ ଦେଇ

ମଧ୍ୟାହ୍ନରେ ପଥର ଭାଙ୍ଗୁଥିବା ଲୋକ

ଶିକ୍ଷା ଦୀକ୍ଷାରେ ଉପେକ୍ଷା ବାଳକ

ଇଜତ ଟିକକ ଆଶା କରୁଥିବା ମହିଳା

ଯନ୍ତ୍ରଣାରେ ଛଟପଟ ରୋଗୀ

ପୃଷ୍ଟି ହୀନ ଅବହେଳିତ ଶିଶୁ

ଏମାନଙ୍କ ରକ୍ତଦାନ ରେ ସ୍ୱାସ୍ଥ୍ୟ ବାନ

ଆଜି ର ଗଣତନ୍ତ୍ର ମଞ୍ଚ ରେ ନେତା

ଜଣେ ଜଣେ କୁଶଳୀ ଅଭିନେତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract