ଚିକିତ୍ସକ : ତ୍ୟଗପୁତ ସମର୍ପିତ
ଚିକିତ୍ସକ : ତ୍ୟଗପୁତ ସମର୍ପିତ
ଅଶ୍ୱନୀ କୁମାର ସ୍ୱର୍ଗ ବୈଦ୍ୟ ଭଗବାନ
ପ୍ରତି ବୃକ୍ଷରେ ରହିଛି ଔଷଧୀୟ ଗୁଣ।
ଚରକ ପରୀକ୍ଷା ଦ୍ଵାରା କଲେକ ପ୍ରମାଣ
ଦ୍ୱିତୀୟ ଈଶ୍ବର ଚିକିତ୍ସକ ଆମ ଘେନ ।
ଆୟୁର୍ବେଦ ହୋମିଓପାଥି ଏଲୋପାଥି
ତିନିଟି ଆମର ମୁଖ୍ୟ ଚିକିତ୍ସା ପଦ୍ଧତି ।
ନାଚୁରୋପାଥି ୟୁନାନୀ ପଞ୍ଚକର୍ମ ଆଦି
ଦ୍ୱିତୀୟ ଈଶ୍ବର ଥିଲେ ଭଲ ହୁଏ ବ୍ୟାଧି ।
ସଭିଏଁ ଦେଖନ୍ତି ତାଙ୍କ ରୋଜଗାର କେତେ
ସୁଖ ଶାନ୍ତି ତିଳେ ନାହିଁ କର୍ତ୍ତବ୍ୟ ଅଗ୍ରତେ।
ବିଶ୍ୱ ଯୁଦ୍ଧେ ସୈନିକଙ୍କୁ ଦେଶ ନିର୍ବିଶେଷ
ରେଡକ୍ରସ ଯୋଗଇଲା ସେବା ସବିଶେଷ ।
ମେଧାବୀ ଛାତ୍ରଟି ପଢି ଡାକ୍ତର ହେଲା
ଗଧ ଛାତ୍ର ଭୋଟ ଜିତି ମନ୍ତ୍ରୀ ବନିଗଲା।
ମନ୍ତ୍ରୀ ଦିଏ ଡାକ୍ତରର ବଦଳି ଆଦେଶ
ଡାକ୍ତର ର କିବା ହେବ ନୈତିକ ଉନ୍ମେଶ !
ଚିକିତ୍ସକ ପାଖେ ଆମ ଜୀବନ ଟି ବନ୍ଧା
ରୋଗରୁ ମୁକତି ପାଇଁ କରୁ ନାନା ଧନ୍ଦା ।
ତପସ୍ୟା ସାଧନା ତ୍ୟାଗ ବଳେ ଡାକତର
ନ ମଣିବା ନର ତାଙ୍କୁ ଦ୍ୱିତୀୟ ଈଶ୍ବର ।
ପ୍ରସୁତୀକୁ କାନ୍ଧେ ଭାର ବହି ସେ ଆଣିଲେ
ଯମ ଠାରୁ ପ୍ରାଣ ଦୁଇ ଛଡାଇ ଆଣିଲେ ।
ସେପରି ଡାକ୍ତର ନର ରୂପେ ନାରାୟଣ
ସମାଜର ପୂଜ୍ୟ ସିଏ ଏ କଥା ପ୍ରମାଣ ।
ମୁଣ୍ଡରେ ଗାମୁଛା ଥିବ ପାଦେ ମାରି ତୈଳ
ଉଷୁମ ଖାଦ୍ୟ ଖାଇବା ନିୟମିତ ଜଳ ।
ଶଅଳ ଶୟନ କଲେ ପ୍ରାତ ଶଯ୍ୟା ତ୍ୟାଗ
ଡାକ୍ତର ବଇଦ କିଛି ବିଶ୍ରାମ ପାଇବ ।
ରୋଗ ରୋଗୀ ସେହି ଚିକିତ୍ସକ ସେହି ଜଣେ
ବିଶ୍ୱ ପିତା ନାମେ ତାଙ୍କୁ ଏ ସଂସାର ଜାଣେ ।
ରୋଗ ଦେଲେ ବିଭୁ କିଏ ଭଲ କରିଦେବ
ଅପ୍ରାକୃତ ବୈଦ୍ୟେ ସଦା ଲୟ ରଖିଥିବ ।
