Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Drama

3  

Bijay Prusty

Drama

ଚିଇତି ଓଠରେ ରଙ୍ଗ

ଚିଇତି ଓଠରେ ରଙ୍ଗ

1 min
197



ହଜିଗଲାଣି ଲୋ ବଉଳ ମହକ

କୋଇଲିର କୁହୁତାନ

ନିଦାଘର ଜ୍ୱାଳା ଦେହ ଜାଳିଦିଏ

ଛଟପଟ ହୁଏ ମନ I


ପଳାସରେ ପଛେ ମହକ ନଥାଉ

ଆଖିକୁ ନେଉଛି ଟାଣି

ଚଇତି ଓଠରେ ଚଇତର ରଙ୍ଗ

ମନକୁ ନେଉଛି କିଣି I


ବଇଶାଖ ଝାଞ୍ଜି ମାଡି ଆସିବ ଲୋ

ଜାଳିଦେବ ତରୁଡାଳ

ମଲ୍ଲୀର ମହକେ ଉଚ୍ଚାଟିତ ହେବ

ତୁମ ଗାଁ' ସଞ୍ଜବେଳ I


ରାତି ବଢୁଥିବ ତାତି ବଢୁଥିବ

 ଚଉଦିଗେ ଅନ୍ଧକାର

କାହିଁ କେତେଦୂରୁ ଭାସି ଆସୁଥିବ

ପେଚାର କର୍କଶ ସ୍ୱର I


ତୁମେ ପାଖେଥିଲେ ସହି ହୋଇଯିବ

ଖୁସିରେ ନିଦାଘ ଦାଉ

ଆଖିରେ ତୁମର ନୀଳ ନିମନ୍ତ୍ରଣ

ଓଠୁ ଝରୁଥିବ ମହୁ I


ଦେହରେ ତୁମର ଫଗୁଣର ରଙ୍ଗ

ଲାଗି ରହଥିବ ସଖୀ

ତୁମ ଗାଲେ ମୋର ପ୍ରେମର ସନ୍ତକ

ନିରବରେ ଦେବି ଲେଖି I

         


Rate this content
Log in