ଚିହ୍ନିବା ମୁସ୍କିଲ
ଚିହ୍ନିବା ମୁସ୍କିଲ
ଏ ସମାଜର ଦର୍ପଣରେ
ଚିହ୍ନା ମୁହଁ ଯେତିକି ଦିଶେ
ତା ଠାରୁ ଅଧିକା ଦିଶେ
ଅଚିହ୍ନା ମୁହଁ ମାନଙ୍କ ବେଶ ।
ଚିହ୍ନା ମୁହଁଗୂଡିକୁ ତର୍ଜମା କରିହୁଏ
କିଛି ଜୋର୍ କରି ଗାଳି ଦେଈହୁଏ
ଅଚିହ୍ନା ମୁହଁଗୂଡିକ ବହୁତ ଫୁଲେଇ
ମୋର କଣ କରିବ କହି ଚାଲିଯାଏ ।
ସ୍କୁଲ୍ ,କଲେଜ ,ପଡୋଶୀଙ୍କୁ ଛାଡିଦେଲେ
ଆହୁରି ଅନେକ ଚିହ୍ନା ମୁହଁ ଅଛନ୍ତି
ତଥାପି ଅସୁବିଧା ରେ ଥିବା ସମୟରେ
ଅଚିହ୍ନାଙ୍କ ଭଳି ବ୍ୟବହାର କରନ୍ତି ।
କାହାକୁ ଏଠାରେ ଚିହ୍ନିବା ହେଲାଣି ମୂସ୍କିଲ
ଆପଣାର କରିବା ତା ଠାରୁ ବି କଷ୍ଟ
ସଭିଏଁ ନିଜ ନିଜ ପସନ୍ଦ ଖୋଜିବାର ଜିଦରେ
ନିଜ ଭବିଷ୍ୟତ କରୁଛନ୍ତି ସଂପୁର୍ଣ୍ଣ ନଷ୍ଟ ।
