STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଚିହ୍ନା ସାଥି ଅଚିହ୍ନା ସ୍ମୃତି

ଚିହ୍ନା ସାଥି ଅଚିହ୍ନା ସ୍ମୃତି

1 min
231


ଚିହ୍ନା ଚିହ୍ନା ମୁହଁ ଅଚିହ୍ନା ଲାଗଇ

ଦୂରରୁ ନିକଟ ହେଲେ,

ନିକଟରେ ଥାଇ ଏତେ ଦୂର ହେଲେ

ବ୍ୟକ୍ତ ନ ପାରଇ ଭଲେ।

ଫୋନ, ଫେସବୁକ, ହ୍ଵାଟ୍ସଆପରେ

କେତେ ଆପଣାର ଭାବ,

ମାଆଲୋ,ଧନ,ଅପା,ଭଉଣୀଲୋ

ତୋ ଜୀବନ ଧନ୍ୟ ଭବ।

ଦେଖା ସାକ୍ଷାତରେ ମୁହଁକୁ ବୁଲେଇ

ହସାହସି ଥଟ୍ଟା କରି,

ଅଚିହ୍ନା ଅଜଣା ଭଳି ଭାବ ଦେଇ

ଚାହାଁନ୍ତି ମୁହଁକୁ ଫେରି।

ସେ ଭାବ ଶରୀର କ୍ଷତ କରେନାହିଁ

ମନକୁ କ୍ଷତାକ୍ତ କରେ,

କେବେବି ଭରେନି ସେ କ୍ଷତର ସ୍ଥାନ

ମନେ ଅନ୍ଧକାର ଭରେ।

କି ଲାଭ ଏମିତି ବନ୍ଧୁର ବନ୍ଧୁତା

ଥାଇ ନ ଥିଲା ଭଳିଆ,

ଭାବୁଛି ଭାବକୁ ଅଟକାଇ ନିଶ୍ଚେ

ଦୂରେଇ ଦେବି ଅଳିଆ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational