STORYMIRROR

Prabhanjana Tripathy

Inspirational Others

3  

Prabhanjana Tripathy

Inspirational Others

ଚିହ୍ନ

ଚିହ୍ନ

1 min
411

ରାଜା ହିଁ ଜାଣଇ ରାଜ୍ୟ ତୁଲାଇ

ମନ୍ତ୍ରୀ ଜାଣେ ରାଜ୍ୟ ଭାର 

ବେପାରୀ ଚିହ୍ନଇ ଗୁଣକୁ ଦୀଗୁଣ

କରିଜାଣେ କାର ବାର

ମା ତ ଯାଣଇ ପୁଅର ପେଟ ଲୋ

ମାଇପ ଚିହ୍ନଇ ମନ

ସାହୁକାର ଚିହ୍ନେ ରୁଣୀଆ ଲୋକକୁ

ଚିହ୍ନି ଦେଇଜାଣେ ଧନ

କାମିନି ଜାଣଇ ଫୁଲର ସୁଗନ୍ଧ

ଗୁନ୍ଥି ପିନ୍ଧିଦିଏ ଶିରେ

ଚୋରକୁ ଅଡୁଆ ଚାନ୍ଦିନୀ ରାତି ଲୋ

ଅନ୍ଧାରରେ ଚୋରି କରେ

ଦୁଃଖୀ ହିଁ ଜାଣଇ ଦୁଃଖର ବେଦନା

ସୁଖୀ ଜାଣେ ରାଜ ଭୋଗ

କବି କି ଜାଣିବ କାହା ମନ ଭାବ

ଲେଖିବା ତାର ସ୍ଵଭାଵ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational