ଚିହ୍ନ
ଚିହ୍ନ
ରାଜା ହିଁ ଜାଣଇ ରାଜ୍ୟ ତୁଲାଇ
ମନ୍ତ୍ରୀ ଜାଣେ ରାଜ୍ୟ ଭାର
ବେପାରୀ ଚିହ୍ନଇ ଗୁଣକୁ ଦୀଗୁଣ
କରିଜାଣେ କାର ବାର
ମା ତ ଯାଣଇ ପୁଅର ପେଟ ଲୋ
ମାଇପ ଚିହ୍ନଇ ମନ
ସାହୁକାର ଚିହ୍ନେ ରୁଣୀଆ ଲୋକକୁ
ଚିହ୍ନି ଦେଇଜାଣେ ଧନ
କାମିନି ଜାଣଇ ଫୁଲର ସୁଗନ୍ଧ
ଗୁନ୍ଥି ପିନ୍ଧିଦିଏ ଶିରେ
ଚୋରକୁ ଅଡୁଆ ଚାନ୍ଦିନୀ ରାତି ଲୋ
ଅନ୍ଧାରରେ ଚୋରି କରେ
ଦୁଃଖୀ ହିଁ ଜାଣଇ ଦୁଃଖର ବେଦନା
ସୁଖୀ ଜାଣେ ରାଜ ଭୋଗ
କବି କି ଜାଣିବ କାହା ମନ ଭାବ
ଲେଖିବା ତାର ସ୍ଵଭାଵ
