STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଚିଡିଆଖାନା

ଚିଡିଆଖାନା

1 min
287

ଆସ ଦେଖିଯିବା ନନ୍ଦନକାନନ

ଜାତୀୟ ପ୍ରାଣୀ ଉଦ୍ୟାନ

ରହିଛନ୍ତି ଯହିଁ ନାନା ପଶୁପକ୍ଷୀ

ସରୀସୃପ ଜୀବଗଣ ।


ରଙ୍ଗ ରଙ୍ଗ ପୁଷ୍ପ ସବୁଜିମା ଭରା

ମନୋରମ ପରିବେଶ

ପର୍ଯ୍ୟଟକଙ୍କର ହରିନିଏ ମନ

ଭରେ ଆନନ୍ଦ ଉଲ୍ଲାସ ।


ପ୍ରବେଶ ପଥରେ ନୃତ୍ୟ ଛନ୍ଦେ ହସ୍ତୀ

ଶୁଣ୍ଢକୁ ଭଙ୍ଗୀଳେ ଟେକି

କରେ ସୁସ୍ୱ।ଗତ ଆସ ହେ ଅତିଥି

ଦେଖ ସୁନ୍ଦର ପ୍ରକୃତି ।


ସିଂହର ସଫରୀ ବ୍ୟାଘ୍ର ମହାବଳ

ସ°ରକ୍ଷିତ ଧଳାବାଘ

କାଳିଆ କଷରା ବୁଲୁଥିବା ଭାଲୁ

ପାହାଡି ଖୋଲେ ପ୍ରଚଳ ।


ଚଢି ଯାଉଥିବ ଖମ୍ବ ଉପରକୁ

ଚତୁର ପ୍ରାଣୀ ସିମ୍ପାଞ୍ଜି

ବାଡିକୁ ସଳଖେ ମଣିଷ ପରି ସେ

ପାରଇ ସହଜେ ଧରି ।


ଦଳଦଳ ହୋଇ ବୁଲିବା ଦିଶିବ

ହରିଣ ବଣ ମଣିଷ

ତାର ଜାଲି ମଧ୍ୟେ ନାନାଜାତି ପକ୍ଷୀ

କରୁଥିବେ କଳରବ ।


କଇଁଛ କୁମ୍ଭୀର ଗଣ୍ଡା ଓଟପକ୍ଷୀ

ବିଚ୍ଚିତ୍ର ଜୀବ କଙ୍ଗାରୁ

ଜୀବନ୍ତ ପଶୁଙ୍କ ଗତିବିଧି ସବୁ

ଦେଖିହେବ ନିକଟରୁ ।


କାଚଘର ମଧ୍ୟେ ଥିବେ ସରୀସୃପ

ଅହିରାଜ ଅଜଗର

ନାଗ ତମ୍ପ ବୋଡା ବିଷାକ୍ତ ଗୋଖର

ଦେଖିଲେ ଲାଗିବ ଡ଼ର ।


ମଧୁର ସୁନ୍ଦର ରହିଅଛି ହ୍ରଦ

ନୈ।ବିହାର ସୁବ୍ୟବସ୍ଥା

ଚାହିଁଲେ ଦର୍ଶକ ଚଢ଼ନ୍ତି ଆନନ୍ଦେ

ଟୟରେଳ ରୋପ ରାସ୍ତା ।


ସୁଲଭେ ମିଳଇ ଖାଦ୍ୟ ଜଳଯୋଗ

ଚଟପଟି ବାରମଜା

ଲଭନ୍ତି ଦର୍ଶକ ମନୋରଞ୍ଜନର

ସକଳ ସୁଖ ସୁବିଧା ।


ଶୀତ ଓ ବସନ୍ତ ଭ୍ରମଣ ନିମନ୍ତେ

ପ୍ରକୃଷ୍ଟ ଅଟେ ସମୟ

ଦେଖି ଅବସର ପରିଭ୍ରମଣକୁ

କରନ୍ତି ଯାତ୍ରୀ ନିଶ୍ଚୟ ।


ସୈ।ନ୍ଦର୍ଯ୍ୟ ସମ୍ଭାରେ ଲାଗଇ ଅଦ୍ଭୁତ

ଚିଡିଆଖାନାର ଦୃଶ୍ୟ

କର ଉପଭୋଗ ନକର ବିବ୍ରତ

ଜୀବଙ୍କୁ ଦିଅନି କଷ୍ଟ ।


Rate this content
Log in

Similar oriya poem from Inspirational