STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଛୁଇଁବାକୁ ତୋତେ ମନା

ଛୁଇଁବାକୁ ତୋତେ ମନା

1 min
272

ତୋତେ ଛୁଇଁବାକୁ ମନା

ତୋର ରଥ ଚଢ଼ିବାକୁ ମନା

ଛୁଇଁ ଦେଲେ ସତେ ଛୁଆଁ ହୋଇଯିବୁ          

ଆରେ ମୋ କାଳିଆ ସୁନା

ଦୂରରୁ ଦୀପ ଜାଳି ଝୁରୁଛି ତୋତେରେ

ଲୁହ ଢାଳି ଭକ୍ତ ଅନା

ଆରେ ମୋ କାଳିଆ ସୁନା ।


ଭକତ ସାଥିରେ ଭାବ କରିବାକୁ  

ତୋର ବଡ଼ ଦାଣ୍ଡେ ରଥ ଯାତ

ସ୍ବବିଗ୍ରହେ ଆସୁ ରତ୍ନ ବେଦୀ ତେଜି 

ଦାଣ୍ଡେ ଗହଳି ଲଗାଇ ତୁତ

ତୋତେ ଛୁଇଁବାକୁ ମନ କହୁଥାଏ

କାଳ ହୁଏ କଟକଣା

ଆରେ ମୋ କାଳିଆ ସୁନା ।


ରଥରେ ତୁ ଯେବେ ବିଜେ ହୋଇ ଯାଉ

ସବୁ ହୁଏ ଜଗନ୍ନାଥ ମୟ

ରଥ ପଥ ଅଖ ଅର ଆଉ ଚକ

ସମସ୍ତେ ଲାଗନ୍ତି ଦିଅଁ ଦିଅଁ

ଦିଅଁ ଚାରିପାଖେ ଲୁହାର ବାଡ଼ରେ

କାହିଁକି କରୁଣା ଉଣା

ଆରେ ମୋ କାଳିଆ ସୁନା ।


କରୁଣା ରୁ ତୋର କରୋନା ର କୋପ 

ଉଣା ହୋଇଯାଇଅଛି ଆଜି

ଏ ବରଷ ରଥ ଭକତେ ଟାଣିବେ

ଖୁସିରେ ସବୁ ଯାଆନ୍ତି ହଜି

ଦଉଡି ଛୁଇଁବେ, ଡୋତେ ଛୁଇଁବାକୁ

କାହିଁକି ହୋଇଛି ମନା

ଆରେ ମୋ କାଳିଆ ସୁନା ।


ରଥେ ଚଢି ତୋତେ କୋଳେଇ ନେବାକୁ 

ଆଉ ଅନୁମତି ମିଳୁନାହିଁ

ଭକତ ପାଖକୁ ଆସୁ ବୋଲି କହି 

କିଆଁ ଦୂରେଇ ଯାଉଛୁ ତୁହି

କଟକଣା ତୋର ହଟେଇ ଦେଏ

ଭକତ କରେ ପ୍ରାର୍ଥନା

ଆରେ ମୋ କାଳିଆ ସୁନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics