STORYMIRROR

CHINMAYEE PRADHAN

Classics Inspirational Children

3  

CHINMAYEE PRADHAN

Classics Inspirational Children

ଛୋଟରୁ ବଡ

ଛୋଟରୁ ବଡ

1 min
128


କ୍ଷୁଦ୍ର ବୀଜ ମଧ୍ୟେ ଥାଏ ବଡ ସମ୍ଭାବନା

କ୍ଷୁଦ୍ର ଏକ ଫୁଲ ଫୁଟି ଛୁଟାଏ ବାସନା।


ବିନ୍ଦୁବିନ୍ଦୁ ଜଳ ପଡି ଘଟ ହୁଏ ପୂର୍ଣ୍ଣ

ଅଳ୍ପ ଅଳ୍ପ ସଞ୍ଚୟରୁ ବଢ଼ିଥାଏ ଧନ।


କ୍ଷୁଦ୍ର କ୍ଷୁଦ୍ର ଉପନଦୀ ମିଶାଏ ଦେହରେ 

ତେବେ ସିନା ମୁଖ୍ୟନଦୀ କାୟା ତା ବିସ୍ତାରେ। 


ଦିନୁଁଦିନ ବଢି ହୁଏ ପୂର୍ଣ୍ଣମୀର ଇନ୍ଦୁ

ଅଳ୍ପ ଅଳ୍ପ ଆଳାପରୁ ସ୍ରୁଷ୍ଟି ହୁଏ ବନ୍ଧୁ। 


ଛୋଟବେଳୁ ଅରଜିଲେ ବିଦ୍ୟାଧନ ଛାତ୍ର 

ନିଶ୍ଚିତରେ ବିଦେଶରେ ପାଇଥାଏ ମିତ୍ର। 


ଛୋଟଶିଶୁ ହସେ ଥାଏ ଦେଶ ଭବିଷ୍ୟତ 

ସେନେହ ଯତନେ ସିଏ ହୁଏ ବିକଶିତ। 


ଛୋଟ କେବେ ମଣିବନି କାହାକୁ ସଂସାରେ

ନିଜ ଗୁଣେ ସର୍ବେ ବଡ ନିଜ ଦୁନିଆରେ।।। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics