Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ଛୋଟର ବଳ

ଛୋଟର ବଳ

1 min
243


ପଦିଏ କଥାରେ ସଂପର୍କର ସେତୁ ଭାଙ୍ଗିହୁଏ ଛାରଖାର,

ଠୋପାଏ ବିଷରେ ଅମୃତର ହାଣ୍ଡି ପାଲଟି ହୁଏ ଜହର  ।


ଟିକିଏ ହସରେ ଫଟା ହୃଦୟକୁ ଯୋଡ଼ି ଦିଆଯାଇପାରେ,

ଅଳପ ଲୁହରେ ଅକୁହା କଥାକୁ କହିହୁଏ ସହଜରେ ।


ବିନ୍ଦୁଏ ଜଳରେ ସିନ୍ଧୁ ଦେଖିହୁଏ ଜୀବନକୁ ପାରେରଖି,

ଟୋପାଏ ସିନ୍ଦୂର ସାତ ଜନମକୁ ରହିଯାଏ ହୋଇ ସାକ୍ଷୀ ।


ପାଦେ ଚାଲିଗଲେ ବାଟ କମିଯାଏ ଚକେଗଲେ ବାରହାତ,

ମୁହୂର୍ତ୍ତକ ସିନା ଅତିଛୋଟ ଲାଗେ ଖୋଲିଦିଏ ଭାଗ୍ୟବାଟ ।


ଗୋଟିଏ ଅକ୍ଷର ବଦଳାଇଦେଲେ ବାକ୍ୟର ଭାବ ବଦଳେ,

ସାମାନ୍ୟ ଦୋଷରୁ ମୃତ୍ୟୁ ହୋଇପାରେ ବଡ଼ ଅପମାନ ମିଳେ ।


ଛୋଟିଆ ଆଖିରେ ବିରାଟ ଜଗତ ସହଜେ ପାରୁଛୁ ଦେଖି,

କ୍ଷୁଦ୍ରକୀଟ ଉଈ ଗଢିପାରେ ହୁଙ୍କା ଆକାଶରେ ଉଡ଼େପକ୍ଷୀ ।


 #ସିଧାକଥା



Rate this content
Log in

Similar oriya poem from Inspirational