STORYMIRROR

Puspanjali Panda

Drama

3  

Puspanjali Panda

Drama

ଛୋଟବଡ଼

ଛୋଟବଡ଼

1 min
176

ଛୋଟ ବୋଲି ଅଣଦେଖା     

 କରନାହିଁ ମତେ

ଛୋଟ ଦୁବ ଘାସ ଦିନେ

କାମ ଦିଏ କେତେ।।

ଛୋଟ ଶିଶୁ ଓଠଧାରେ

ହସର ଫୁଆରା

ଛୋଟ ଛୋଟ ତାରାଲାଗି

ଆକାଶ ନିଆରା।।

ଛୋଟ ଛୋଟ ବର୍ଷା ଟୋପା

ମାଟି କୁ ଭିଜାଏ

ସୁଗନ୍ଧ ଚହଟେ ସାରା

ଜଗତେ ଖେଳାଏ ।।

ଛୋଟ ଛୋଟ ଧାନକେଣ୍ଡା 

ଖାଦ୍ୟ ରେ ପ୍ରଧାନ

ଛୋଟ ବୋଲି କଞ୍ଚାଲଙ୍କା 

ନ ମଣିବ ହୀନ।।

ଛୋଟ ପିଲା ବାଜିଆର

ବଡ଼ ଥିଲା ମନ

ଦେଶ ଲାଗି ଫିରଙ୍ଗୀ ଙ୍କୁ

ଦେଲା ସେ ଜୀବନ।।

ଛୋଟ ପିମ୍ପୁଡି ବହପ 

ବଡ଼ ହାତୀ ଯାଣେ

ନିମିଷକେ ବାଟବଣା

କରିଦବ କ୍ଷଣେ।।

ଛୋଟ ପରିମାଣେ ଲୁଣ

ସବୁ ସ୍ୱାଦ କାଟେ

ଛୋଟ ନଈ ଧାର ସୁଅ

ଯାଏ ଵାଟେ ବାଟେ।।

ଛୋଟ ଫଳ ବଡ଼ ଗଛ

କୁରୁ ରାଜା ଭାବେ

ଛୋଟ ବୋଲି ସବୁଛୋଟ

ଭାବ ନାହିଁ କେବେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama