STORYMIRROR

Bijay Prusty

Abstract

3  

Bijay Prusty

Abstract

ଛନ୍ଦହରା ରାତି

ଛନ୍ଦହରା ରାତି

1 min
290


ରାତିକୁ ମାଗିଲି ନିଦ ଦୁଇଘଡି

ବର୍ଷାକୁ ଜେଛନା ରାତି

ସମୁଦ୍ର ହାତରେ ବାରତା ଦେଲି ମୁଁ

ପବନ ହାତରେ ଚିଠି

ସପନ ଟିକିଏ ମାଗିଥିଲି ଦିନେ

ହଜିଗଲା ସବୁ ନିଦ

ଅର୍ଦ୍ଧ ନିଶିଥରେ କାନେ ବାଜିଥିଲା

ପ୍ରଣୟର ବଂଶୀ ନାଦ

ସୂରୁଜ ହଜିଛି ରାତି ବି ଲୁଚିଛି

ସବୁରଙ୍ଗ ଗଲା ହଜି

ସପନ ମହଲେ ସପନର ଅଖି

ପାଉନାହିଁ ଅଉ ଖୋଜି

ବରଷାର ସ୍ୱର ନିରବି ଯାଇଛି

ଦେଉନି ତା ପ୍ରୀତିଛୁଆଁ

କୁହୁଳି କୁହୁଳି ଜହ୍ନଟା ଜଳୁଛି

ଆଖିରେ ଜଳୁଛି ନିଆଁ

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract