STORYMIRROR

GAGAN KUMAR DASH

Inspirational

4  

GAGAN KUMAR DASH

Inspirational

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
243



ଛନ୍ଦହୀନ ଜୀବନ ମୋ

ଛତ୍ରଭଙ୍ଗ ଦିଏ ମୋର ଛନ୍ଦ

ଛକା ଛକି ଜଗତରେ

ଛଳନାର ପଶାକାଠି ଘେନି

ଛନ୍ଦାୟିତ ବୁଢିଆଣୀ ଜାଲେ

ସତେକି ଛଚା ବ୍ୟକ୍ତି ପରି

ଛତ୍ରଭଙ୍ଗ ସିଂହାସନେ ବସି ।


ଛଟପଟ ଜୀବନର

ଛତରଖିଆ ପ୍ରକୃତି

ଛତ୍ରପତି ହେବାର ଆଶା

ଛଦ୍ମବେଶୀ ଛଦ୍ମନାମ

ଛଦ୍ମର ଭିତରେ

ଛଳନାର ଛଦ୍ମମନ୍ତ୍ର ନେଇ

ଜନତାଙ୍କୁ ଛଳିବା ନିଶାରେ

ଛାଇ ମୁହିଁ ଭଦ୍ର ଜନତାରେ ।


ଛାନ୍ଦହୀନ ରାଗିଣୀ କଣ୍ଠରେ

ଛାୟାବାଜି ସୃଷ୍ଟି କରେ

ଛନ୍ଦପୂର୍ଣ୍ଣ ସରଳ ବ୍ୟକ୍ତିରେ

ଛିଦ୍ର ଦେଖୁଥାଏ

ଛିନ୍ନ କରିବାକୁ ସଂସାର ତାହାରି

ଛେଉଣ୍ଡ ହୋଇଯାଏ ସିଏ

ମୁଁ ଛୁଇଁବା ପରେ ପରେ ।


ଛନ୍ଦହୀନ ଜୀବନ

ଛାୟାହୀନ ମଣିଷ

ଛଟପଟ ହୃଦୟ

ଛତରଖିଆ ପ୍ରକୃତି

ଏ ସବୁ ଛନ୍ଦହୀନ ଜୀବନର

ଏକ ଏକ ସଂଜ୍ଞା 

ଭିନ୍ନ ଭିନ୍ନ ରୂପ ।



Rate this content
Log in

Similar oriya poem from Inspirational