STORYMIRROR

Tapan Dixit

Fantasy

2  

Tapan Dixit

Fantasy

ଛମ ଛମ ତୁମ ପାଉଜି ଶବଦ

ଛମ ଛମ ତୁମ ପାଉଜି ଶବଦ

1 min
13.8K


ଛମ ଛମ ତୁମ ପାଉଜି ଶବଦ

ଛମକେ ଗଡିଆ ତୁଠେ,

ପଠା କାଶତଣ୍ଡୀ କବରୀ ସଜାଏ

ଶେଫାଳି ମହକି ଉଠେ,

ଖୋଜା ଖୋଜା ଆଖି ବୋଝିଳ ସନ୍ଧ୍ୟାରେ

ବିରହେ ଲୋତକ ଢାଳେ

ମନକୁହେ ତୁମେ ତୁମେ ଆସି ପହଞ୍ଚିବ

ଜହ୍ନର ଗାଧୁଆ ବେଳେ,

ଚୁନା ଚୁନା ଫୁଲ ଫୁଟି ହସୁଥିବେ

ଋତୁ ଥିବ ଭିଜା ଭିଜା

ତୁମେ ଆସୁଥିବ ସପନ ପୋତରେ

ମୁଁ ଥିବି ଦିଗ ହଜା

ତପନ ଦୀକ୍ଷିତ

(ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy