STORYMIRROR

Sunanda Mohanty

Abstract Romance Thriller

3  

Sunanda Mohanty

Abstract Romance Thriller

ଛଳନାର ଛାଇ

ଛଳନାର ଛାଇ

1 min
114

ଛଳନାର ଛାଇ ପଡିଗଲେ ଥରେ 

ଭରସା ନଥାଏ ପ୍ରେମ ଉପରେ 

ପ୍ରେମର ଶାଶ୍ୱତ ଚିରନ୍ତନ ସତ୍ୟ 

ରହେ ଭୁଲ ବୁଝାମଣା ଭିତରେ 

ଛଳନାର ଛାଇ ପାଇଁ ଛତା ନାହିଁ 

ହେଉ କି ନହେଉ ପ୍ରେମ ଋତୁରେ 

ଛଳନାର ଛାଇ ଦିଏ ଖାଲି ଧୋକା 

ବାଟୋଇ ଖୋଜେ ଜଳ ମରୁଭୂମିରେ 

ପ୍ରେମରେ ଛଳନା ମନ ଘର ଭାଙ୍ଗେ 

ହୃଦୟ କୁ କିଏ ପଚାର ଥରେ 

ଛଳନା ଛାଇ ଟା ଛୟା ଗ୍ରହ ପରି 

ଧୋକା ଦିଏ ବାରବାର ପାଣିର ଗାରେ 

ପ୍ରେମରେ ଛଳନା ଭାଙ୍ଗିଦିଏ ସୁଖ ନିଦ 

ସତ ପ୍ରତିଶତ ସୁନ୍ଦର ସ୍ୱପ୍ନରେ 

ଛଳନା ଛାଇକୁ ଆଡେଇ ଦେଖ ଥରେ 

ସତ୍ୟ ଶିବ ସୁନ୍ଦର ମହନୀୟତାରେ 

ଛଳନାର ଛାଇ ଛପି ଯାଉ ଆଜି କାଲି 

ଆସନ୍ତାକାଲି ସୌନ୍ଦର୍ଯ୍ୟ ସିନ୍ଦୁରା ସବୁ ସକାଲରେ 

ଛଳନା ଛାଇର ଜାଲକୁ ଦୁରେଇ ଆଗେଇ 

ଆଗେଇବା ମହନୀୟ ମହିମା ମନସ୍ତତ୍ତ୍ୱରେ 

ଛଳନାର ଫନ୍ଦି ଫିକର ଛାଡି ଜୀବନରେ 

ମଜ୍ଜି ହଜ୍ଜି ଯିବା ଶାଶ୍ୱତ ପ୍ରେମରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract