ଛଳନାର ଛାଇ
ଛଳନାର ଛାଇ
ଛଳନାର ଛାଇ ପଡିଗଲେ ଥରେ
ଭରସା ନଥାଏ ପ୍ରେମ ଉପରେ
ପ୍ରେମର ଶାଶ୍ୱତ ଚିରନ୍ତନ ସତ୍ୟ
ରହେ ଭୁଲ ବୁଝାମଣା ଭିତରେ
ଛଳନାର ଛାଇ ପାଇଁ ଛତା ନାହିଁ
ହେଉ କି ନହେଉ ପ୍ରେମ ଋତୁରେ
ଛଳନାର ଛାଇ ଦିଏ ଖାଲି ଧୋକା
ବାଟୋଇ ଖୋଜେ ଜଳ ମରୁଭୂମିରେ
ପ୍ରେମରେ ଛଳନା ମନ ଘର ଭାଙ୍ଗେ
ହୃଦୟ କୁ କିଏ ପଚାର ଥରେ
ଛଳନା ଛାଇ ଟା ଛୟା ଗ୍ରହ ପରି
ଧୋକା ଦିଏ ବାରବାର ପାଣିର ଗାରେ
ପ୍ରେମରେ ଛଳନା ଭାଙ୍ଗିଦିଏ ସୁଖ ନିଦ
ସତ ପ୍ରତିଶତ ସୁନ୍ଦର ସ୍ୱପ୍ନରେ
ଛଳନା ଛାଇକୁ ଆଡେଇ ଦେଖ ଥରେ
ସତ୍ୟ ଶିବ ସୁନ୍ଦର ମହନୀୟତାରେ
ଛଳନାର ଛାଇ ଛପି ଯାଉ ଆଜି କାଲି
ଆସନ୍ତାକାଲି ସୌନ୍ଦର୍ଯ୍ୟ ସିନ୍ଦୁରା ସବୁ ସକାଲରେ
ଛଳନା ଛାଇର ଜାଲକୁ ଦୁରେଇ ଆଗେଇ
ଆଗେଇବା ମହନୀୟ ମହିମା ମନସ୍ତତ୍ତ୍ୱରେ
ଛଳନାର ଫନ୍ଦି ଫିକର ଛାଡି ଜୀବନରେ
ମଜ୍ଜି ହଜ୍ଜି ଯିବା ଶାଶ୍ୱତ ପ୍ରେମରେ ।

