ଛଳନାପୂର୍ଣ୍ଣ ପ୍ରେମ
ଛଳନାପୂର୍ଣ୍ଣ ପ୍ରେମ
ଛଳନା କରିଲୁ
ପ୍ରତାରଣା ଦେଲୁ
ସହିବି ଅବା ମୁଁ କେତେ
ଭୁଲି ଗଲୁ ବୋଲି
ଭୁଲ ବୁଝିବୁନି
ବେଶି ଭଲ ପାଏ ତୋତେ।
ପବିତ୍ର ପ୍ରେମକୁ
ଧୋକା ଦେଲୁ ବୋଲି
ନିନ୍ଦିତ ହେଲୁ କେତେ
ଦୁନିଆଁ ଗାଇଲା
ତୋର ଅପବାଦ
ମୋର,ଯାଏ ଆସେ କେତେ
ଶହେ ଭଲ ଥିଲେ
ଦେଖେନା ଦୁନିଆଁ
ଭୁଲ ଅଛି ଜଦି ଗୋଟେ ।
ଝଙ୍କା ବରଗଛ
ମୂକସାକ୍ଷୀ ହୋଇ
ଗାଁ ମୁଣ୍ଡେ ଅଛି ଚାହିଁ
ସେଦିନ କେତେ ସେ
ଅଭିଶାପ ଦେବ
ଗଲେ ତୁ ଏରୁଣ୍ଡି ଡେଇଁ
କାହାକୁ କହିବି
ନିରବ ମନର
ଅଭିଳାଷ ଅଛି ଯେତେ ।

