STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ଛଳନାପୂର୍ଣ୍ଣ ପ୍ରେମ

ଛଳନାପୂର୍ଣ୍ଣ ପ୍ରେମ

1 min
179


ଛଳନା କରିଲୁ 

ପ୍ରତାରଣା ଦେଲୁ

ସହିବି ଅବା ମୁଁ କେତେ

ଭୁଲି ଗଲୁ ବୋଲି

ଭୁଲ ବୁଝିବୁନି

ବେଶି ଭଲ ପାଏ ତୋତେ।


ପବିତ୍ର ପ୍ରେମକୁ 

ଧୋକା ଦେଲୁ ବୋଲି

ନିନ୍ଦିତ ହେଲୁ କେତେ

ଦୁନିଆଁ ଗାଇଲା 

ତୋର ଅପବାଦ

ମୋର,ଯାଏ ଆସେ କେତେ

ଶହେ ଭଲ ଥିଲେ

ଦେଖେନା ଦୁନିଆଁ

ଭୁଲ ଅଛି ଜଦି ଗୋଟେ ।


ଝଙ୍କା ବରଗଛ 

ମୂକସାକ୍ଷୀ ହୋଇ

ଗାଁ ମୁଣ୍ଡେ ଅଛି ଚାହିଁ

ସେଦିନ କେତେ ସେ 

ଅଭିଶାପ ଦେବ

ଗଲେ ତୁ ଏରୁଣ୍ଡି ଡେଇଁ

କାହାକୁ କହିବି

ନିରବ ମନର

ଅଭିଳାଷ ଅଛି ଯେତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance