STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଛଳନା

ଛଳନା

1 min
302

ଜୀବନରେ ଭାଇ, କେହି କର କାଇଁ

କହାସହ ଯେ ଛଳନା

ବିଶ୍ୱାସ ଦର୍ପଣ ,ଥରେ ଚୁନା ହେଲେ

ଆଉ ଯେ ଯୋଡ଼ି ହୁଏନା


ଆଜିର ଜୀବନ, କାଲିକି ଯେ ନାହିଁ

ଚାଲୁ ଚାଲୁ ହେବ ଶେଷ

ପ୍ରତାରକ ଆକ୍ଷା ,କାହିଁକି ଶୁଣିବ

ଭାଙ୍ଗି କାହାର ବିଶ୍ୱାସ


ଛଳନାର କାଳ, ଅଢେଇ ଦିନ ଯେ

ଗଲେ ଆଉ ଆସିବନି

ବିଶ୍ୱାସ ର ସ୍ଥିତି, ଅତୁଟ ରହିଛି

କେବେ ହାତ ସେ ଛାଡିନି


ଛଳିଆ ଯେତେକ ,ମାୟ ମୃଗ ପରି

ତା ପଛେ ଜମା ଧାଅଁନା

ଛଳନା ଗୁଣ ରେ ,ସ୍ବାର୍ଥ ଲୁଟି ସାରି

ଧରାଇ ଦେବେଯେ ଗିନା


ତେଣୁ ଭାଇ ସଦା ,ବିଶ୍ୱାସ ର ସାଥୀ

ହୁଅ ମାୟା ରେ ନ ପଡି

ବିଶ୍ଵାସର ସାଥୀ ,ଥାଏ ପାଖା ପାଖି

ଯାଏ ନାହିଁ କେବେ ଛାଡି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract