STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ଛଳନା କାରିଣୀ ବାଳି

ଛଳନା କାରିଣୀ ବାଳି

1 min
213


କେତେ ନୂଆ ଆଶା ବିଶ୍ଵାସ ରେ ସିନା ସେ ଦିନ ଅଶୁଭ ବେଳେ

ତୁମ ସହ ମୋର ଦେଖା ହୋଇଥିଲା ସେଦିନ ସମୁଦ୍ର କୂଳେ

ଧୀରେ ଧୀରେ ତୁମେ ସମ୍ପର୍କ ଯୋଡିଲ ମନ୍ଦିରେ ବୁଲିଲ ନେଇ

ମୁଁ ଥିଲି ସରଳ ବିଶ୍ୱାସୀ ତୁମର ଛଳନା ଜାଣିଲି ନାହିଁ ।।


ତୁମସହ ମୋର ଅଚିହ୍ନା ସମ୍ପର୍କ ତଥାପି ମୋ ସହ ତୁମେ

ମିଛ ମିଛ କେତେ ଦୁର୍ବଳ ମୁହୁର୍ତ୍ତ ଚଞ୍ଚକତା ଛଳେ କ୍ରମେ

ଚିତ୍ର ଧରି ରଖିଥିଲ ଯେତେ ତାହା ମୁଁ ଜାଣିତ ପାରିଲି ନାହିଁ

ଛଳନା ରେ କେତେ ଆନନ୍ଦ ମଧୁର କଥା ମାନ ଥିଲ କହି ।।


ଶେଷେ କାଳସର୍ପ ହୋଇଲ କଚେରୀ ଅଦାଲତେ ଯାଇ ଠିଆ

ମିଛ ମକର୍ଦ୍ଦମା କରି କହୁଅଛ ହୋଇଥିଲ ମୋତେ ବାହା

ମିଛ ନିମନ୍ତ୍ରଣ ପତ୍ର ଛାପି ତୁମେ ମିଛସାକ୍ଷୀ ଦେଇ ମୋତେ

ହନ୍ତ ସନ୍ତ କର ଛଳନା ନାୟୀକା ଧର୍ମ କି ସହିବ ତୋତେ ।।


ସାବଧାନ ବନ୍ଧୁ ଛଳନା ଛଇଳୀ ଛଟକେ ନଯାଅ ଭୁଲି

ବଡ଼ ବିଷମୟ କାଳସର୍ପ ସମ ଛଳନା କାରିଣୀ ବାଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance