STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

ଛିନ୍ନ ମନ ମୋ ଭାଙ୍ଗିଯାଏ ଆଜି

ଛିନ୍ନ ମନ ମୋ ଭାଙ୍ଗିଯାଏ ଆଜି

1 min
13.5K


ମହାସ୍ମୀତା


ଛିନ୍ନ ମନ ମୋ ଭାଙ୍ଗିଯାଏ ଆଜି

କାହା ଅବିଶ୍ବାସ ରେ

କଣ୍ଟାର ପଥ ବରି ମୁଁ ନେଇଛି

ଏଇ ମୋର ମରୁ ଘରେ

ସୁରଭି ବିହୀନ ପଳାଶ ଫୁଲ ମୁଁ

ନାହିଁ ତ ମହକ ଟିକେ

ବାଟ ଚାଲୁଥିବା ପଥିକ ତ କେବେ

ମୋ ରୂପକୁ ଚାହିଁ ଦେଖେ

ଚଇତର ମୁଁ ଚିତ୍ରତ୍ପୋଳା ଟେ

ସାରା ରାତି ଉଜାଗର

ପଥର ତିଆରି ପାନ୍ଥଶାଳା ମୁଁ

ପରିଚିତ ନୁହେଁ କାର

ଜୀବନ ମରୁରେ ଏକା ଏକା ମୁଁ

କେହି ନାହିଁ ମୋ ସାଥେ

ପାନ୍ଥଶାଳା ମୁଁ ବିଶ୍ରାମ ପାଇଁ

ଅପେକ୍ଷାରେ ରାତି ବିତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy