STORYMIRROR

PRABHAS KUMAR MOHAPATRA

Inspirational

2  

PRABHAS KUMAR MOHAPATRA

Inspirational

ଛାତ୍ର ଟିଏ ମୁହିଁ

ଛାତ୍ର ଟିଏ ମୁହିଁ

1 min
359

ଜୀବନଟା ସାରା ଶିଖୁଛି ଶିଖିବି

ଅଟଇ ତେଣୁ ମୁଁ ଛାତ୍ର

ଗୁରୁ ହେବା ପାଇଁ ଇଚ୍ଛା ମୋର ନାହିଁ

ହୋଇଥିବି ରହି ଛାତ୍ର


ଶିଖିଲେବି ଯେତେ ଶେଷ ହେଉନାହିଁ

କେମିତି ହେବି ମୁଁ ଗୁରୁ

ପଢୁ ଯେତେ ଅଛି ଭାବୁଛି ସରୁଛି

ପୁଣି ହେଉଅଛି ସୁରୁ


ଭାବୁଛି ମୁଁ ଯେତେ ହେବି ମୁଁ ପଣ୍ଡିତ

ପାଠ ଯେତେ ପଢୁ ଅଛି

ପାଠ ର ନଈ କୁ ପାର ହେଉ ହେଉ

ପାଠ ର ସମୁଦ୍ର ଦେଖୁଛି


ସମୁଦ୍ର ର ସେହି ଆଗଧ ଜ୍ଞାନ ରୁ

ପାରୁନାହିଁ ଟୋପେ ପିଇ

ପିଇବାକୁ ତେଣୁ ପ୍ରୟାସ କରୁଛି

ଜୀବନରେ ଛାତ୍ର ହୋଇ


ଶିଖି ଚାଲୁଅଛି ଶିଖୁଥିବି ବସି

ଜୀବନ ସାରା ଯେ ମୁହିଁ

ଥିଲି ଥିବି ସଦା ଛାତ୍ର ଟିଏ ହୋଇ

ଆଉ କିଛି ହେବି ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational