STORYMIRROR

Dharitri Das

Children

3  

Dharitri Das

Children

ଛାତ୍ର ଜୀବନ

ଛାତ୍ର ଜୀବନ

1 min
276

କାକସ୍ନାନ ବକଧ୍ୟାନ ଗଢଇ ଛାତ୍ର ଜୀବନ

ଶ୍ବାନନିଦ୍ରା ଅଳ୍ପାହାରୀ ବିଦ୍ୟା କରେ ଅଧ୍ୟୟନ।

ଗୃହତ୍ୟାଗୀ ହେଲେ ହେବ ଉନ୍ନତ ଛାତ୍ର ଜୀବନ

ଏକଥାକୁ କେବେହେଲେ ତୁମେ ମିଛଟି ନମଣ।

ଛାତ୍ର ହୋଇ ଏପଞ୍ଚ ଲକ୍ଷଣ କରିଲେ ଆୟତ୍ତ

ଉତ୍ତମ ଛାତ୍ର ରୂପେ ଗଣା ହୁଅଇ ସିଏ ନିୟତ।

ସନ୍ୟାସ ଜୀବନ ଯାପନ ଛାତ୍ରର କର୍ତ୍ତବ୍ୟ ଜାଣ

ଏକଥାକୁ କେବେହେଲେ ତୁମେ ମିଛଟି ନମଣ।

ରାତ୍ରଦିନ ଏକାକାର କରି ଭୋକ ଶୋଷ ଭୁଲି

ପଠନ କରିବ କାହା କଥା ମନରେ ନଭାଳି।

ତେବେ ଯାଇ ଶୀର୍ଷ ସ୍ଥାନେ ପହଞ୍ଚିବଟି ଜାଣ

ଏକଥାକୁ କେବେହେଲେ ତୁମେ ମିଛଟି ନମଣ।

ଆରାମ ଅୟସ ସୁବସ୍ତ୍ର ପରିଧାନେ ଧିଆନ

ନଦେଇ ପଠନ ଲିଖନେ କର ମନୋରଞ୍ଜନ।

ସୁମିଷ୍ଟ ବଚନେ କହି ତୋଷୁଥିବ ଜନମନ

ଏକଥାକୁ କେବେହେଲେ ତୁମେ ମିଛଟି ନମଣ।

ପଠନ ଆରମ୍ଭ ଶେଷ କାଳରେ କରି ପ୍ରଣାମ

ବିଭୁଙ୍କ ପୟରେ ଭକ୍ତିପୁଷ୍ପ କଲେ ନିବେଦନ।

ପରିପୃଷ୍ଟ ହୋଇପାରିବ ତୁମ ଛାତ୍ର ଜୀବନ

ଏକଥାକୁ କେବେହେଲେ ତୁମେ ମିଛଟି ନମଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children