STORYMIRROR

Ghanashyam Biswal

Inspirational

4  

Ghanashyam Biswal

Inspirational

ଛାତ୍ର ଜୀବନ

ଛାତ୍ର ଜୀବନ

1 min
165

ଭଲ ଛାତ୍ରଟିଏ ହେଲେ ସିନା

ଆମେ ଭଲ ମଣିଷଟେ ହୋଇବା

ଦେଶ ପାଇଁ ଜାତି ପାଇଁ କାମ କରି

ଇତିହାସେ ନାମ ଲେଖିବା l


ବିଦ୍ୟାଳୟ ଅଟେ ବିଦ୍ୟାର ମନ୍ଦିର

ମଣିଷ ତିଆରି ହୁଅନ୍ତି

ବଡ଼ ହୋଇ ପୁଣି ଜ୍ଞାନ ବୁଦ୍ଧି ବଳେ

ବିଶ୍ୱକୁ ଚକିତ କରନ୍ତି l


ନିଜକୁ ଗଢ଼ିବା ପରିଶ୍ରମ କରି

ତାରା ପରି ହେବା ଆକାଶ ଛୁଇଁ

ଡର ଭୟ ଭୁଲି ଆଗକୁ ବଢିବା

ଆମ ସମକକ୍ଷ ହେବେନି କେହି l


ଏତ ଅଟେ ଜୀବନ ଗଢିବା ସମୟ

ଗଢ଼ିବା ଜୀବନ ସଜାଡ଼ି କରି

ବଡ଼ ହୋଇ ବଡ଼ କାମ କରିଯିବା

କେହି ହେବେ ନାହିଁ ଆମକୁ ସରି l



Rate this content
Log in

Similar oriya poem from Inspirational