STORYMIRROR

Santanu Bisoi

Abstract

2  

Santanu Bisoi

Abstract

ଛାମୁ।

ଛାମୁ।

1 min
156

ମହା ଦାନି ହୋଇ ଟଙ୍କା ବାଣ୍ଟୁ ଥିଲେ

ଗୀର୍ଜା, ମସଜିଦ, ମନ୍ଦିର ଦେଖି,

ଶିକ୍ଷିତ ବେକାରୀ ଆନ୍ଦୋଳନେ ଥିଲେ

ଛାମୁ ଚାହୁଁଥିଲେ ତରାଟି ଆଖି


ଚଷାପୁଅ ଡାକେ ଶାନ୍ତି ଆନ୍ଦୋଳନ 

ଧାନ ଦର କାହିଁ ଏତେ କଅମ୍

ଶୀତଳ ଭଣ୍ଡାର, ସିଞ୍ଚନ ବ୍ୟବସ୍ଥା

ସୁଧୁରିବ କେବେ କିଏ କହିବ


ମଦ ବିକି ବିକି ରାଜସ୍ୱ ବଢ଼ାଇ

ସ୍ଥିତି ସୁଧାରିବା ସ୍ୱପ୍ନ ନ ଦେଖ!

କଳକାରଖାନା ବନ୍ଦ ହେଲାଣି

ଶ୍ରମିକ ମୁଣ୍ଡରେ ପଡେ ଚଡକ


ଭୁଲ ହେଇଗଲା ଓଡ଼ିଶାରେ ଜନ୍ମି

ବେକାରିଆ ଟୋକା ଛାଡ଼ନ୍ତି ରଡି

କଳା,କୌଶଳ,ବିଜ୍ଞାନର ଛାତ୍ର

ସବୁ L.P.M.Gରେ ଅଛନ୍ତି ପଡି


ଧର୍ମୀୟ ନେତାଙ୍କୁ, ତୋଷାମଦିଆଙ୍କୁ

ତୁଷ୍ଟିକରଣଟା ପଛକୁ ରଖ

କୃଷିରେ ଉନ୍ନତି, ବେକାରୀ ନିଯୁକ୍ତି

ଏଥି ପ୍ରତି ଛାମୁ ନଜର ରଖ


ତମରି ତନ୍ତ୍ରରେ ତୁମ ବିଧାୟକ

ନେତାରୁ ମେନ୍ତିରି ଗଲେଣି ହୋଇ,

ମେନ୍ତିରି ଜେତକ କୋଟିପତି ହୋଇ

ଅଳସ ନିଦରେ ମାରନ୍ତି ହାଇ


ଯୋଜନା କରୁଛ ଗରିବଙ୍କ ପାଇଁ

ନିଶ୍ୱ ସର୍ବାହରା ସୃଷ୍ଟି ହେଉଛି,

ତାଙ୍କରି କାନ୍ଧରେ,ଠିଆହୋଇ କରି

ତମରି ମେନ୍ତିରି ବୁର୍ଜୁଆ ହୋଇଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract