STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

3.1  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

ଛାଇ

ଛାଇ

1 min
26.9K


ଜୀବନ,

ଆରମ୍ଭରୁ ଶେଷ

ଏନ୍ତୁଡି ରୁ ଚିତା ପର୍ଯ୍ୟନ୍ତ

ସେଇ ଏକା ଚିରନ୍ତନ ଜୀବନର ସାଥୀ ଟିଏ,

"ଛାଇ" !!!;

ସତେ ;;

ସେ, ଯେମିତି ଅତି ଆପଣାର କରି ଚାଲିଥାଏ

ନିଜର ପାଖରେ ଥିବା ଅନ୍ତରଙ୍ଗ ସାଥୀଟିକୁ।

ମନରେ ଉଙ୍କି ମାରୁଥାଏ ତା ପାଇଁ ଅସଂଖ୍ୟ ପ୍ରଶ୍ନର ଜୁଆର;

ଏଇ ତ,

କେତେବେଳେ ଆଲୋକର ସତ୍ତା ଭିତରେ ହଜିଯାଏ ତ

ଆଉ କେଉଁଠି,

ଅନ୍ଧକାର ଦେହେ ''ପରିବ୍ୟାପ୍ତ ସୀମା''

ସେଇ ଛାଇ'ଟିର ;;

ହୁଏତ; !!

କେତେବେଳେ

ଇର୍ଷା ଆସିଯାଏ ତା ପାଇଁ,

କାରଣ,

ତାରି ଭିତରେ ଥିବା ଅଭିଭୂତ ର ସତ୍ତା ଟିକକ ଖୋଜିବାକୁ ଜୀବନରେ ବହୁତ ଝଡ଼ର ସାମ୍ନା କରିବାକୁ କରିବାକୁ ..

ହେଲେ,

ତୁ ସିନା, ତା ନିକଟରେ ଇର୍ଷା କରୁଛୁ,

ଏଇ ଦେଖ୍ -

ସତରେ ଯେମିତି,

ଏଇ,

ଛାଇ ଟିକକ ପାଇଁ;

ହୁଏତ ମଣିଷ କେତେ ଅଧିକାରର ପଦବାଚ୍ୟଟିଏ ସାଜି ଥାଏ,

ତାହା ସତେ ଯେମିତି କଳ୍ପନାର ବାହାର ଦେଶରେ।

ପରିବ୍ୟାପ୍ତ ନହେଲେ ବି,

ସତେ ଯେମିତି,

ତାରି ପାଖରେ କିଛି ଭେଦ ନ ଥାଏ;

ସେ ଖୋଜେନା ଜାତିର ଶୀର୍ଷକ,

ସେ ଖୋଜେନା ପ୍ରେମର ପ୍ରତିଶ୍ରୁତି,

ସେ ମାନେନା ପରାକାଷ୍ଠାର ପ୍ରାଚୁର୍ଯ୍ୟ,

ସେ ପ୍ରଭେଦର ବାହାର।

ସେ,

କେବେ ବି ବସନ୍ତର ଉପଭୋଗକୁ ଇଚ୍ଛା କରିନି,

କରିନି କେବେ ଗ୍ରୀଷ୍ମ ତାପର ସ୍ପର୍ଶ,

ଭିଜିନି କେବେ ସେ ବର୍ଷାର ସେହି

କ୍ରୁର ବଜ୍ର ସହ ବିଜୁଳିର ଚମକ ମଧ୍ୟରେ।

ଖୋଜୁନି ସେ ଶରଦ ଚନ୍ଦ୍ରକୁ ଶୀତର ସେ ହାଡଭଙ୍ଗା ଦରଦୀ ଦେହରେ।

ସେ ତୁଚ୍ଛ ନୁହେଁ, ସେ ମିଛ ନୁହେଁ,

ସେ ପ୍ରୟାସ ନୁହେଁ,

ସତେ ଯେପରି ଜୀବନ ରୂପକ କଳଙ୍କ ନ ଥାଇ ବି ସେ ସ୍ଵପ୍ନରେ ପରିପୂର୍ଣ୍ଣତା।

ସେ ଯେ,

ଅବ୍ୟକ୍ତ !!

ସେ, ଯେ ଅପରିମିତ !!

ସେ, ସତ୍ୟ;

ପ୍ରକୃତ,

ଚିରନ୍ତନ ନିଜର କରି ଚାଲିଥିବା ସାଥୀ ଟିଏ।

ନିଜର ସେଇ '' ଛାଇ '' ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational