Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଛାଡିବା ଜାତି ଧରମ ଭେଦଭାବ

ଛାଡିବା ଜାତି ଧରମ ଭେଦଭାବ

1 min
227



ଛୁଆଁ ଅଛୁଆଁର ଭେଦଭାବ ଯଦି 

ଅଛି ଆମରି ଶାସ୍ତ୍ରରେ

ଶବରୀ ଅଇଁଠା ଖାଇଲେ କିପରି 

ଶ୍ରୀରାମ ବନବାସରେ । ୧।


ଜଗନ୍ନାଥଙ୍କୁ ନଡ଼ିଆର ଭୋଗ କିପରି 

ଲଗାଏ ଦାସିଆ

ବାଉରୀ ହାତରୁ ନଡିଆ ନେଲେ ଜାଣିଛି 

ଦେଶ ଦୁନିଆ ।୨।


ମଣିଷ ଜାତିରେ ଶ୍ରୀୟା ଚଣ୍ଡାଳୁଣୀ 

ପୂଜିଲା ମାଆଙ୍କ ଚରଣ

ପ୍ରଭୂ ବଳଭଦ୍ର ଓ କାଳିଆ ପାଇଥିଲେ 

କେତେ କଷ୍ଟ ଜାଣ।୩।

 

ଜାତିପ୍ରଥା ଅନ୍ଧ ବିଶ୍ବାସରେ ଭରା

ନୁହେଁ ତ ଏକ ପ୍ରକୃତିକୃତ,

ଏହି ସତ୍ୟକୁ ବିଭିନ୍ନ ଶାସ୍ତ୍ର ମାଧ୍ୟମରେ 

ହୋଇଛି ତ ଲିଖିତ।୪।


ସ୍ୱାର୍ଥ ଓ ଭୋଟ ରାଜନୀତି ପାଇଁ 

ବିଭେଦ ଜହର ପିଆନ୍ତି 

ଜାତି ଧର୍ମ ଗୋଷ୍ଠୀ ନାମେ ବିଭେଦ 

ସୃଷ୍ଟିରେ ଲାଗି ପଡିଛନ୍ତି।୫।


ହେଉ ସିଏ ବ୍ରାହ୍ମଣ, ହେଉ ଅବା 

କେଉଁ ଜାତି ଓ ଧରମର

ସରବଙ୍କ ଦେହରେ ପାଇବା ରକତ 

ଆମେ ନାଲି ରଂଗର।୬।


ସାମାଜିକ ନ୍ୟାୟ, ଅର୍ଥନୈତିକ 

ସ୍ୱାଧୀନତା, ସମ୍ବିଧାନର

ହାସଲ ପାଇଁ କି ଛାଡି ଭେଦଭାବ, 

ଏକ ହେବା ଦରକାର।୭।



Rate this content
Log in

Similar oriya poem from Inspirational