ଛାଡିବା ହିଂସା
ଛାଡିବା ହିଂସା
ଛାଡି ହିଂସା ଛାଡି ନିଶା
ଦେଶ ମାତୃକାର କର ସେବା
ଛାଡି ଗର୍ବ ଛାଡି ଅହଂକାର
ମାଟି ମା ପାଇଁ ଜୀବନ ଦେବା।
ସଭିଏଁ ଆସ ମିଳିମିଶି ଚଳିବା
ସଭିଏଁ ଆସ ଭାଇଚାରା କରିବା
ଭ୍ରାତୃଭାବ ହୋଇ
ସାହି ପଡିଶା ହୋଇ ଜୀବନ ଜୀଇଁ ବା
ମାଟି ମା ପାଇଁ ଆମେ ବଞ୍ଚିବା
ସତ୍ୟ ନ୍ୟାୟ ଧର୍ମ ପଥେ ଆସ ବଞ୍ଚିବା ।
ଆସ ହିଂସା ଦ୍ୱେଷ ଈର୍ଷା ଛାଡିବା
ପର ଦୁଃଖେ ଆସ ଦୁଃଖୀ ଯେ ହେବା
ପର ସୁଖେ ରହି ପରୋପକାର କରିବା
ଦେଶ ମାତୃକାର ଆସ ସେବା କରିବା
ମାତୃଭୂମି ମାତୃ ଭାଷାରେ ମମତା ରଖିବା
ମାତୃ ଜାତିର ସମ୍ମାନ ରଖିବା
ହିଂସା ଛାଡିବା ଆସ ନିଶା ଛାଡିବା ।
ମହାପୁରୁଷଙ୍କ ଜୀବନ ଦର୍ଶନ କୁ
ଆସ ଆମେ ହେଜିବା
ମହତ୍ତ୍ଵ କାର୍ଯ୍ୟେ ଆସ ଆମେ ଭଜିବା
ମନ୍ଦିର ମସ୍ଜିଦ୍ ନାମେ ନ ଲଢିବା
ଜାତି ଧର୍ମ ର ବିଷାକ୍ତ ବିଷୟ
ପଛେ ନ ପଡିବା
ସୁନାର ଭାରତ ଆମ ଦେଶ ଗଢିବା
ଆସ ଆମେ ପଢିବା ଆସ ଆମେ ବଢିବା
ହିଂସା ଛାଡିବା ଆସ ନିଶା ଛାଡିବା ।
