Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଛାଡ଼ ଖାଇ

ଛାଡ଼ ଖାଇ

1 min
129



ଧରମ ମାସରେ ଗେରୁଆ ବସ୍ତ୍ରରେ

     ସରୁ ତିଳକର ଚିତା

ଭାଗବତ ଠାରୁ   କାର୍ତ୍ତିକ ପୁରାଣ

    ପୁଣି ପଢୁଥିଲି ଗୀତା ।


ନିଇତି ଆଳତି  ସଞ୍ଜ ଓ ସକାଳେ

   ଖୋଳ ଝାଞ ଗିନି ଧରି

ପୂର୍ଣ୍ଣ ହେଲା ଆଜି କାର୍ତ୍ତିକ ବ୍ରତ ମୋ

   ଆକାଶ ଦୀପକୁ ଜାଳି ।


ଅରଜିଲି ଯେତେ ପୁଣ୍ୟ ଏ ମାସରେ

    ଆକାଶ ଦୀପରେ ଭରି

ସରଗରେ ଥିବା   ବ୍ୟାଙ୍କ୍ ଲକରକୁ

    ଦେଲି ଟ୍ରାଂସଫର କରି ।


ସଞ୍ଚୟ କରିଲି    ସବୁ ପୁଣ୍ୟ ସେଠି

    ପୁଣ୍ୟ ଥାଉ ସୁରକ୍ଷିତେ

ଲକରରୁ କେବେ   ଚୋରି ହୁଏ ନାହିଁ

   ଚାବି ରହିଛି ମୋ ହାତେ ।


ଆଇଁଷ ସୁଆଦ    ପାଟିରେ ବାଜିନି

     ଅଚିକିରା ଲାଗେ ପାଟି

ପାଳିକି ରଖିଛି   ଖାଣ୍ଟି ଦେଶୀ ଗଞ୍ଜା

     କାଟିବି ଆଜି ତା ତଣ୍ଟି ।


ଯତନେ କରିବି    ମାଉଁସ ଝୋଳଟା

    ସରୁ ଅରୁଆର ଭାତ

ତା ସାଙ୍ଗକୁ ଭାଇ    ମହୁଲି ଟିକିଏ

   କିବା ବିଦେଶୀଆ କାତ ।


ମାସକ ଯାକର     ମନ ବାଞ୍ଛା ପୂର୍ଣ୍ଣ

    ହୋଇବ ଛାଡ଼ଖାଇରେ

ଯାଉ ଯେତେ ଟଙ୍କା ପକେଟୁ ମୋହର

   ସେଥିପାଇଁ ଚିନ୍ତା ନାହିଁରେ ।


ଏଇ ଭାଇ ଆମ   ଛାଡ଼ ଖାଇ ନିତି

    ପାଳୁଅଛେ ହିନ୍ଦୁ ଧର୍ମେ

ମନ ମଧ୍ୟେ ଥିବା    ଅସନା ଅଳିଆ

    ସାଇତି ରଖୁଛେ ମର୍ମେ ।


ଆଜି ଛାଡ଼ ଖାଇ   ଲକ୍ଷ ଲକ୍ଷ ଜୀବ

    ପକାଇଲେ ପ୍ରାଣବଳି

କେତେ ଲାଭ କ୍ଷତି ହିସାବ ସେଇଠି

    ଧରମ କିରତି କରି ।


ସଭିଏଁ କୁହନ୍ତି     କଥାଟି ଚିକଣ

    ପାଣି ପରେ ସର ବସେ

କାର୍ଯ୍ୟରେ କାହାର ନ ଥାଏ ଠିକଣା

    ଅପକର୍ମେ ସଦା ରସେ ।



Rate this content
Log in

Similar oriya poem from Inspirational