ଛାଡ ଖାଇ
ଛାଡ ଖାଇ


ଛାଡଖାଇ ଦିନ ହୋଇଲା ଯାହା,
ସମସ୍ତେ ଖୋଜିଲେ ଆମିଷ ରାହା।
କାଲି ସରିଗଲା କାର୍ତ୍ତିକ ମାସ,
ଆଜି ଛାଡଖାଇ କରିବା ଆସ।
କାର୍ତ୍ତିକ ମାସରେ ମନା ଆମିଷ,
ପିତା ଲାଗେ ପାଟି ପାଳି ହବିଷ।
ଭିଡ ଲାଗିଥିଲା ଦେଖି ମଟନ୍,
କଟା ଚାଲିଥିଲା ମାଛ, ଚିକେନ୍।
ନିରୀହ ପଶୁଙ୍କ ମୁଣ୍ଡ ଗଡିଲା,
ଆମିଷ ଖାଇଣ ମନ ବୁଝିଲା।
ଆମିଷ ଖାଇବା ନୁହେଁ ଜରୁରୀ,
ସୁସ୍ଥ ଶରୀର ଅତି ଦରକାରୀ ।
ଜିହ୍ବା ଲାଳସାରେ କରୁ ଏ କର୍ମ,
ଧରମ ନାମରେ କରୁ ଅଧର୍ମ ।
ବୁଦ୍ଧ ଙ୍କ ନୀତି କୁ ଆମେ ମାନିବା,
ଜୀବ ହତ୍ଯା ପାପୁ ନିବୃତ୍ତ ହେବା।