STORYMIRROR

ଉମା ଶଙ୍କର ମାଝୀ

Inspirational

2  

ଉମା ଶଙ୍କର ମାଝୀ

Inspirational

ଚଗଲା ରାମୁ କୁ ବିରୁଡ଼ି କାମୁଡ଼ା

ଚଗଲା ରାମୁ କୁ ବିରୁଡ଼ି କାମୁଡ଼ା

1 min
388

ଅଷ୍ଟମ ଶ୍ରେଣୀରେ ପଢୁଅଛି ରାମୁ

    ଅଟଇ ବଡ଼ ଚଗଲା

ହଇରାଣ କରି ଅନ୍ୟକୁ ସର୍ବଦା

    ବିପଦେ ପକାଉଥିଲା


ସେଠି ପାଇଁ ଗୁରୁ  ସବୁ ସମୟରେ

   ରାମୁ କୁ ବୁଝାନ୍ତି କେତେ 

ଦୁଷ୍ଟ ବୁଦ୍ଧି ଯାର ମୁଣ୍ଡେ ସଦା ବସା

  ଶୀଘ୍ର ବୁଝିବ କି ସତେ

 

ଦିନେ ରାମୁ ଏକା ଵିଦ୍ୟାଲୟ ପଢ଼ି

    ଆସୁଥିଲା ଚାଲି ଚାଲି

ବିରୁଡି ବସା ଟେ ରାସ୍ତା ରେ ଦେଖିଲା

   ଦୁଷ୍ଟ ମନ ଖିଲିବିଲି


ବିରୁଡ଼ି ବସା ର ଉପରକୁ ଦେଖି 

   ପଥର ଟେ ଦେଲା ମାରି

ବିରୁଡ଼ି ରାଗରେ କାମୁଡିବା ପାଇଁ

   ସେ ସ୍ଥାନ କୁ ଗଲେ ଘେରି


ଅତର୍କିତ ଭାବେ   ରାମୁର ଉପରେ

    ବିରୁଡି ଙ୍କ ଆକ୍ରମଣ

ରାମୁ ଛାଡ଼େ ରଡ଼ି ରକ୍ଷlକର ମୋତେ

    କରିବି ଏବେ ମୁଁ କଣ


  ବିରୁଡ଼ି କାମୁଡ଼ା  ସହି ନ ପାରିଣ

    ରାମୁ ହେଲା ସଂଜ୍ଞାହୀନ

  ଡାକ୍ତରଖାନା କୁ ଚିକିତ୍ସା ର ପାଇଁ

    ପଠା ହୋଇଲା ବହନ

 

ସାତ ଦିନ ଯାଏ ଡାକ୍ତରଖାନା ରେ 

    ରାମୁ ହେଲା ଚିକିତ୍ସିତ 

ତାହା ପର ଠାରୁ ରାମର ମୁଣ୍ଡରେ

  ନ ରହିଲା ଦୁଷ୍ଟ ଭୁତ


ଘରକୁ ଫେରିଣ  ରାମୁ ସୁନାପିଲା

   ସେହି ଦିନୁ ହୋଇଗଲା

ହଇରାଣ ଆଉ ନ କରିବ ଅନ୍ୟେ

  ମନ ରେ ଶପଥ ନେଲା


ଭଲ ପାଠପଢ଼ି ବିଦ୍ୟାଳୟ ନାମ

    ରାମୁ ରଖି ଦେଇଗଲା

ଦୁଷ୍ଟ ବୁଦ୍ଧି ଛାଡ଼ି ଭଲ ଯେ ପଢ଼ିଲେ

ହୋଇପାରେ ସୁନାପିଲା


Rate this content
Log in

Similar oriya poem from Inspirational