STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଚେତନାର ଦୀପ

ଚେତନାର ଦୀପ

1 min
374


ଏଠି ଅନ୍ଧାର କିଟି ମିଟି

ଭାରି ଲାଗେ ଛାଟି ପିଟି

ଦୀପଟିଏ ଦିଅ ଜଳାଇ

ଅନ୍ଧାର ଯାଉ ଦୁରେଇ।


ଆଲୋକ ଆନନ୍ଦ ପରବ

ମରତ ସରଗ ହୋଇବ

ଆମ ମନ ଭିତର ଅନ୍ଧାର

ଯେଉଁ ଦିନଦୂର କରିବ।


ଦେଖ କେମିତି ହୋଇଛି ମୁହଁ

ଆମ ପିତୃ ପୁରୁଷଙ୍କ ଚାହଁ

କି ଆଲୁଅ ଜାଳ ସବୁଠି ଅନ୍ଧାର

କାନ୍ଧନ୍ତି କେମିତି ଉଠାଇ କୋହ!


ବଡ ବଡୁଆ ହୋ ତୁମେ

କାହିଁକି ହେଉଛ ଉଦାସ

ଅନ୍ଧାରେ ଭରା ପରା ଆମଦୁନିଆଁ

ଆମେ ନିଜେ ଡାକୁ ନିଜ ବିନାଶ।


ଧୂଆଁ ମେଳେ ଆଖି ପୋଡଇ

କାନ ଅତଡା ଟି ପଡ଼ଇ

କିସମ କିସମ ବାଣ ରେ

ପରିବେଶ ପ୍ରଦୂଷଣ ହୁଅଇ।


କିଛି ବି ଅମୁଲ୍ୟ ଜୀବନ

ବାଣ ଫୁଟାରେ ଲଭନ୍ତି ମରଣ

କିଆଁ ଏମିତି ମଣିଷ ହେଉଛ

ନିଜ ହାତେ କରଜିହ୍ଵା ଛେଦନ!


ଅଧର୍ମ ନାଶ କରିବା ପାଇଁକି

ମା କାଳୀ ତୁମେ ଆସ ଏ ଭୂଇଁ କି

ଦୁଷ୍କର୍ମ, ଦୁର୍ନୀତି ଅନ୍ଧ ସମାଜେ

"ଚେତନାର ଦୀପ " ଜାଳି ଦିଅଟି।


ଆସ ଅନ୍ଧାରୀ ଜୀବନେ ଆଲୁଅ

ଭରି ଦେବା ସେଇ ମୁହଁରେ

ଯହିଁ ଅସହାୟେ ଝରେ ଜୀବନ

ଦୁଃଖ ଦୁର୍ଦ୍ଦିନରେ ଦିନ ଯାଏରେ।


'ବୁଦ୍ଧି'ରାମ ଫେରୁ ଅଯୋଧ୍ୟାକୁ

ବଳି ପାତଳେ ରୋଷଣୀ ହେଉ

ଏମିତି ଦୀପଟିଏ ଜାଳିଦିଅ

ପୃଥିବୀରୁ ସବୁ ଅନ୍ଧାର ଦୁରେଇ ଯାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational