STORYMIRROR

BISWESWAR MAJHI

Inspirational

2  

BISWESWAR MAJHI

Inspirational

ଚେତି ଯାଅ ଦୁଷ୍କର୍ମ କାରୀ

ଚେତି ଯାଅ ଦୁଷ୍କର୍ମ କାରୀ

1 min
273

ଦୂର୍ଯ୍ୟୋଧନ ଯଥା ବିବସନା କରି ପାଂଚାଳୀ ବସାଇ ଜଙ୍ଘେ

ଦେଶ ସାରା ଆଜି ହୁରି ପଡିଅଛି ବଳାତ୍କାର ସୀମା ଲଂଘେ

ବ୍ୟଭିଚାରୀ ସବୁ ଯୁଗରେ ଅଛନ୍ତି ସର୍ବତ୍ର ରାଜୁତି ତାଙ୍କ

କାନୁନ ଆଖିରେ ଅନ୍ଧ ପୁଟୁଳିଟା କରିଦିଏ ନ୍ୟାୟ ବାଙ୍କ

ଦୁଷ୍କର୍ମ କରି ସେ କି ଭୋକ ମେଣ୍ଟାନ୍ତି ପ୍ରମାଣ ଉଡାଇବାକୁ

ହତ୍ୟା ପଥର ଆଶ୍ରୟ ନିଅନ୍ତି ସାକ୍ଷୀ ନମିଳେ ତାହାକୁ

ନାରୀର ଇଜ୍ଜତ ଭୁଲୁଣ୍ଠିତା ହୁଏ ଚାରି ଆଡେ ପଡେ ହୁରି

ବାହାରକୁ ଗୋଡ କାଢିବନି ଘରେ ଆଇନ ହେଉଛି ଜାରି

ଦୁଷ୍କର୍ମ କାରୀଟି ନିର୍ଭୟରେ ବୁଲେ ପୀଡିତା ଦେହରେ ଦାଗ

ମନର ଦାଗଟା ଅତି ଭୟଙ୍କର କ୍ଷତ ଦିଶେ ନାହିଁ ଆଗ

ମାଆ ଯଦି ଆଚରଣ ଉଚ୍ଚାରଣେ ଶୃଙ୍ଖଳିତ ହୋଇଥିବେ 

ଯୋଗ୍ୟ ନାଗରିକ ଏ ଦେଶ ପାଇବ ବଳାତ୍କାରୀ କାହୁଁ ଥିବେ

ବାପା ର ଶାସନ ପରିବାରେ ଯଦି ହୁଗୁଳା ହୋଇବ ନାହିଁ 

କୋର୍ଟ କଚେରୀ ଜିଅଲ ସବୁର ଲୋଡା ହେବ କାହିଁ ପାଇଁ

ସମୟ ବଦଳେ ଜନତା ମାତୁଛି କାନୁନ ହାତକୁ ନେଇ

ଦୁଷ୍କର୍ମ କାରୀକୁ ଗୋଡାଇ ମାରିବେ ଯମପୁରେ ପହଂଚାଇ

ଜୁଡୋ କରାଟେର ନିପୁଣା ଲଳନା ଅସ୍ତ୍ର ଶସ୍ତ୍ର ସୁସଜ୍ଜିତା

ମରିବା ଆଗରୁ ମାରିବା ନିମନ୍ତେ ମନେ କରିଲେଣି ଚିନ୍ତା

ସଜାଗ ହୁଅରେ ମଦ୍ୟ କବଳିତ ଇଜ୍ଜତ ଲୁଣ୍ଠନ କାରୀ

ଯୁଗ ଆସିଲାଣି ଅବଳା ଦୁର୍ବଳା ଆଉ ନହୋଇବେ ନାରୀ

ସୁଧୁରି ଯାଅରେ କୁଳାଙ୍ଗାର ଦଳ ନାରୀ ଯଦି ନ ରହିବ 

ମାଆ ବୋଲି ତୁମେ କାହାକୁ ଡାକିବ ରାକ୍ଷୀ କିଏ ବା ବାନ୍ଧିବ

ପୁରୁଷଟି ଦିଏ ନାରୀକୁ ସୁରକ୍ଷା ପିତା ଭ୍ରାତା ଭର୍ତ୍ତା ପୁତ୍ର 

ରକ୍ଷକ ଯଦି ଭକ୍ଷକ ସାଜିବ ଆଉ ଅଛି କେଉଁ ସୁତ୍ର

ଧରଣୀ କମ୍ପିବ ସାଗର ଲଙ୍ଘିବ ଆକାଶ ପଡିବ ଛିଡି

ବିପଦ ପଡିଲେ ମାଆ ମାଆ ବୋଲି କାହାକୁ ଧରିବ ଭିଡି

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational