STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଚେଷ୍ଟାକରି

ଚେଷ୍ଟାକରି

1 min
383

ଚେଷ୍ଟାକରି ଦଶରଥ ମାଝୀ

ଦିଏ ପାହାଡ଼ ଛାତିକୁ ଚିରି

ବୋହିନିଏ ଦାନ ମାଝୀ ତା ପ୍ରେମକୁ

ପାଦେ କଣ୍ଟାକୁ ଖାତିରି ନକରି


ଉଡ଼ିଯାଏ ଡେଣା ମେଲାଇ ଆକାଶେ

ବତାସକୁ ଚିରି ଶାଗୁଣା

ବୁଲି ବୁଲି କେତେ ଫୁଲରୁ ଫୁଲକୁ

ମହୁମାଛି ଗଢେ ଯେ ମହୁଫେଣା


ଗୋଟି ଗୋଟି ଜଳବିନ୍ଦୁ ହୋଇ ମେଳ

ହୁଅନ୍ତି ବିରାଟ ସାଗର

ଛୋଟ କୀଟ ହୋଇ ଜୁଳୁଜୁଳିଆ ବି

ଖେଦିଦିଏ ଅନ୍ଧକାର


ଚେଷ୍ଟାକରି କରି ହୋଇଲେ ବିଫଳ

ମନକୁ ବୁଝାଇ ପାରିବ

ଅଳସୁଆ ହୋଇ ଶୋଇଥିଲେ ଖଟେ

ରୋଗୀ, ଦୁଃଖୀ ହୋଇ ମରିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract