STORYMIRROR

Tapan Kumar Biswal

Drama Inspirational Thriller

3  

Tapan Kumar Biswal

Drama Inspirational Thriller

ଚେସ ବୋର୍ଡ ଓ ଜୀବନ

ଚେସ ବୋର୍ଡ ଓ ଜୀବନ

1 min
11.5K


ଜୀବନ ଏକ ଚାରିକଣିଆ

ଚେସବୋର୍ଡ ସଦୃଶ୍ୟ

ଗୋଟିଏ ପଟରେ ତୁମେ

ଆଉ ବିପକ୍ଷରେ ସାରା ଦୁନିଆଁ

ସାବଧାନ ରହିବା ପାଇଁ ହେବ

ଦେଖି ଚାହିଁ ଖେଳିବା ପାଇଁ ପଡିବ ll


ସମସ୍ତଙ୍କ ପରି ତୁମ ପାଖରେ ମଧ୍ୟ 

ଷୋହଳଟି ଦାନ ରହିଛି

ଦେଖି ଚାହିଁ ଚାଲ ଚଲେଇବା ପାଇଁ ପଡିବ

ଯାହାକୁ ତୁମେ ଷୋହଳଟି 

ସୁଯୋଗ ବୋଲି ଭାବି ପାର 

ଟିକିଏ ଅନ୍ୟମନସ୍କ ବା ଭୁଲ

ଠେଲି ଦେବ ତୁମକୁ

ପରାଜୟ ର ଦ୍ଵାର ମୁହଁକୁ ll


ଠିକଣା ଜଗରେ ପହଞ୍ଚିବାକୁ 

ପଡିବ ତୁମକୁ

ସଠିକ ଆଉ ସତର୍କତାର ସହିତ

ନହେଲେ ଫେରି ଯିବ ପାଦ

ବିଜୟର ଦ୍ଵାର ମୁହଁରୁ ll


ତୁମ ଆଖିରେ ଧୂଳି ଦେଇ

ଫାଙ୍କି ଦେବା ପାଇଁ ଚେଷ୍ଟା କରିବେ 

କାରଣ ଏଠି ଶକୁନି ମାମୁଁ ମାନଙ୍କର

ଅଭାବ ନାହିଁ

ଠକିବାରେ ବେଶ ପାରଙ୍ଗମ ସେମାନେ

ତେଣୁ ଦେଖିଚାହିଁ ଖେଳିବାକୁ ପଡିବ ll


କେବେ ବି ଓହରି ଯିବାକୁ ଚେଷ୍ଟା କରିବନି

ଅଧା ଖେଳରୁ

ଭାବିବାକୁ ହେବ ଯେ ତୁମର ହିଁ ବିଜୟ ହେବ

ଏହି ଖେଳରେ 

ଏମିତି ଭାବ ଯେ ତୁମର ବିଜୟ 

ନିହାତି ଅପରିହାର୍ଯ୍ୟ 

ତେବେ ତୁମେ ସଫଳ ହେବ

ବିଜୟୀ ର ଚାଲ ଚଳେଇବାପାଇଁ ପଡିବ

ସତର୍କତା ର ସହିତ

ତେବେ ତୁମେ ଅଗ୍ରସର ହେବ ବିଜୟ ଆଡ଼କୁ

ଅନ୍ୟଥା ନୁହେଁ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama