STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ଚୈ।ହଦୀ

ଚୈ।ହଦୀ

1 min
105

ଚୈ।ହଦୀ ଭିତରେ ପ୍ରଦର୍ଶନ କରେ କଳା କୈ।ତୁକ

ଶ୍ରେଷ୍ଠ ପ୍ରଦର୍ଶନେ ବାଃ ବାଃ ନିଏ ଖେଲାଳୀ

ଖେଳ ପଡିଆ ର ସିନା ଚୈ।ହଦୀ ଥାଏ

ହେଲେ,ନିଜ ଉଦ୍ୟମର ସୀମା ନ ଥାଏ

ପ୍ରୟାସ କରେ ସର୍ବ ଶକ୍ତି ପ୍ରୟୋଗ ପାଇଁ

ତୁମେ ବଳୟ ଭିତରେ ଅଛ ବା ନାହିଁ

ମୁଁ ଜାଣେନା

ତୁମରି ଅଭିସାର ଆହ୍ଵାନରେ ହଜିଯାଏ

ସୀମାରେ ସୀମିତ ଥାଇ ବି

ଅସୀମକୁ ଛୁଇଁବାକୁ ଧାଏଁ

ତୁମ ମନ ପୂର୍ତ୍ତି ହେଉ ବା ନ ହେଉ

ପୁଣି ସୀମାବଦ୍ଧ ହୁଏ

ଅଜଣା ପ୍ରତିବାଦରେ

ତୁମରି ଦ୍ବିବାର ଆକର୍ଷଣରେ

ତୋଳିନିଅ ତୁମ ଅଙ୍କ କୁ

ମୁଁ ମୋ ଅସ୍ଥିତ୍ଵ ହରାଏ

ହଜି ଯାଏ ତୁମ ଭିତରେ

ନିଜର ସ୍ଥିତି ଖୋଜିଲା ବେଳକୁ

ଶକ୍ତି ହୀନ ହୋଇ ତୁମ କରସେବା ତଳେ

ଯାହା ହେଲେ ବି ନାରୀ ତୁମେ

ପୁରୁଷ କୁ କରିପାର କେବ ବୀରପୁଙ୍ଗବ

ତ କେବେ ରସାତଳଗାମୀ

କେବେ ମାତା,ଧାତ୍ରୀ ଅଭିସାରିକା

ତ କେବେ ସଂହାରିଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract