STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଚାଷୀ ଓ ଚାଷ

ଚାଷୀ ଓ ଚାଷ

1 min
192

    ଚାଷୀକୁଳ ହେଲେ

      ଶେଷ ହୋ

    ଚାଷୀକୁଳ ହେଲେ ଶେଷ

   ଚଷା ପୁଅ ଯାଇ

       ବିଦେଶେ ଖଟଇ

    ସବୁ ହେଲା 

        ସର୍ବନାଶ ହୋ

     ସବୁ ହେଲା ସର୍ବନାଶ ।

    ନାହିଁ ନିଘା 

       ଏଠି ସରକାରଙ୍କର

    ସରକାରୀ ଅନୁଷ୍ଠାନୁ

       କରି ପୁଞ୍ଜି ପ୍ରତ୍ୟାହାର

     ଯୁବ ସମାଜକୁ

        କରନ୍ତି ବେକାର

     ଦଳ ରାଜନୀତି, ସ୍ଵାର୍ଥ ରାଜନୀତି

     କରିଲା ଏ ଦେଶକୁ ଶେଷ ହୋ

      କରିଲା ଦେଶକୁ ଶେଷ ।

      ବିକାଶ ନାଁରେ

          ବିନାଶ ଚାଲଇ

     ପୁଞ୍ଜିପତିଆ, ଶିଳ୍ପପତିଆ ଓ

         ରାଜନୀତିଆ

      ନିଲାମ କଲାଣି ଏ ଦେଶ ହୋ

        ନିଲାମ କଲାଣି ଦେଶ ।

      କମ୍ପାନୀ ଶାସନ

         ହେଲାଣି ଉତ୍ଥାନ

      ସବୁର ଘରୋଇକରଣ

             ହୁଏ ଘନ ଘନ

       ମନ୍ଦିର, ମସଜିଦ, ଗୀର୍ଜା,

           ଗୁରୁଦ୍ଵାରେ ନାମେ

       ଚାଲେ ଜାତି, ଧର୍ମ,

             ସମ୍ପ୍ରଦାୟ ନାମେ

        ଖାଲି ହୀନ ରାଜନୀତି

            ଚାଷ ହୋ

         ହୀନ ରାଜନୀତି ଚାଷ ।

       ଚଷାପୁଅ ଆଜି

           କୃଷିକ୍ଷେତ୍ର ଛାଡି

        ହୁଏ ସେ ପରବାସ ହୋ

          ହୁଏ ସେ ପରବାସ ।

       ଜମିରେ ମାଡିଲା ଘାସ

      ନୂଆ କୃଷକ ମାରଣନୀତି

          ଦେଖି ଚାଷୀ ପୁଅ

           ମନେ ଆସେ ଭୀତି

        ଖଟିଖିଆ ମଜୁରୀଆମାନଙ୍କ

       ରୋଜଗାର ହେଲା ଇତି

        ଚାଷୀ ହରାଉଛି ତା'ର ବୃତ୍ତି

      ଏ କି ସରକାରୀ ନୀତି ?

       ସରକାରୀ କଳ

            ସରକାରୀ ବଳ

         ଚାଷୀ ଓ ଚାଷକୁ 

                କରି ଦୁର୍ବଳ

       ପୁଞ୍ଜିପତି, ଶିଳ୍ପପତିଙ୍କର

           ସାଜି ଚାଟୁକାର

        ଦେଶ ସମ୍ବିଧାନ

          ଆଇନ୍ କାନୁନ୍

           ନୀତି ନିର୍ଦ୍ଧାରଣ

       ସବୁକୁ କରିଲେ ଶେଷ ହୋ

       ସବୁକୁ କରିଲେ ଶେଷ ।

     ପାଗଳଙ୍କ ପରି କରନ୍ତି ଶାସନ

      ନୋଟ୍ ବନ୍ଦୀ କରି

       ଜିଏସଟି ନାଁ ରେ

         ଅର୍ଥ ହଡପ କରି

      କେତେଦିନ ଲୋକଙ୍କୁ

            ଦେବ କଷଣ

       କେତେଦିନ ଆଉ

             ଭକୁଆ ରଖିବ

       ଚଲାଇ ତୁମର 

         ଶାସନ ନାମରେ ଶୋଷଣ ?

       ସବୁର ମୂଳରେ ଚାଷ

          ତାକୁ କରି ସର୍ବନାଶ

        ବାଃ ବାଃ ନେଇ

          ମିଛ ବିକାଶର

             ବାଇଦ ବଜାଇ

       ଦେଶକୁ କଲଣି ତୁମେ ଶେଷ

        ବିକ୍ରି କରିଲେଣି

             ଏ ଦେଶ ହୋ

         ବିକ୍ରି କରିଲେଣି ଏ ଦେଶ ।

        ବାଟିଏ ଚାଷକୁ

             ଚାଷୀ ନିତି ଉପାସ

       ହେଲେ ସରକାରଙ୍କର

             ନିଦ ଭାଙ୍ଗେ ନାହିଁ

       କରିବା ପାଇଁ କୃଷିର ଉନ୍ନତି

         କୃଷକର ବିକାଶ

       ନାହିଁ ବୀମା ନାହିଁ ପେନସନ୍

       ସମାଜେ ତାଙ୍କର ନାହିଁ ସମ୍ମାନ

       କୃଷି ମାରଣନୀତି ବିରୁଦ୍ଧେ

      ଶୀତ, କାକର, ଖରା, ବର୍ଷା ଖାଇ

       ଚାଷୀ ଧାରଣାରେ ବସେ ମାସ ମାସ

       ହେଲେ ଏ ଭଣ୍ଡ ଶାସକ ଗୋଷ୍ଠୀଙ୍କର

        ମେଣ୍ଟେନି ଭୋଟ୍ ଶୋଷ

        ବିକ୍ରିକରି ସବୁ ସରକାରୀ ସଂସ୍ଥା

        ଠିକା ସରକାର ଠକିକି ଲୋକଙ୍କୁ

       ସବୁ କରିଲେଣି ଶେଷ ହୋ

       ସବୁ କରିଲେଣି ଶେଷ

        ଦେଶ ମେରୁଦଣ୍ଡ

           ଦେଶ ମୂଳପିଣ୍ଡ

      ଚାଷୀକୁଳ ହେଲେ ଶେଷ ହୋ

          ଚାଷୀକୁଳ ହେଲେ ଶେଷ ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract