STORYMIRROR

Santanu Bisoi

Abstract

2  

Santanu Bisoi

Abstract

ଚାରି କଥା।

ଚାରି କଥା।

1 min
85

ଖୋଜି ଖୋଜି ଖାଲି ହାଲିଆ ହୋଇଲି

କିଛି ବି ପାଇଲି ନାହିଁ,

ଶେଷ ସିଦ୍ଧାନ୍ତରେ ଉପନୀତ ହେଲି

ଦାନ ପରି ବସ୍ତୁ ନାହିଁ


ଜଣ ଜଣ କରି ଖୋଜିଲି ମଣିଷ

ବୁଦ୍ଧି ବିଦ୍ୟା ମାପ ନେଇ,

ନିଜ ଅନ୍ତରରୁ ଖୋଜି ମୁଁ ପାଇଲି

ଲୋଭଠାରୁ ଶତ୍ରୁ ନାହିଁ


ସୁବର୍ଣ୍ଣର ହାର ହୀରା ମୋତି ମାଳ

ଅନେକ ମୁଁ ଦେଖିଲଇଁ

ଚରିତ୍ର ସମାନ ଦାମୀ ଆଭୂଷଣ

କୋଉଠି ପାଇଲି ନାହିଁ


ରାଜଦରବାରେ ଗଧ ଖଟଣୀରେ

ବାଣିଜ୍ୟ କୃଷି କର୍ମଣି

ସନ୍ତୋଷ ସମାନ ଧନ ପାଇଲିନି

ଖୋଜିଲି ସାରା ଧରଣୀ


ଏ ଚାରି ପଦାର୍ଥ ବିଷୟକୁ ଗୁଣି

ବିଷୟକୁ ତେଜ୍ୟା କର,

ତେବେ ହେଁ ହୋଇବ ନଶ୍ୱର ଶରୀର

ଦୁନିଆଁରେ ଅଜ୍ରାମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract