STORYMIRROR

Kalandi pal

Classics

2  

Kalandi pal

Classics

ଚାରି ଦ୍ୱାର

ଚାରି ଦ୍ୱାର

1 min
130


ଚାରି ଦ୍ୱାର ଖୋଲି ବସିଛୁ କାଳିଆ

    ବଡ଼ ଦେଉଳରେ ତୋର,

ଚାରି ଦ୍ୱାରେ ଚାରି ଦ୍ୱାର ପାଳ ଛନ୍ତି

    ଜଗି ତୋ ବଡ଼ ଦେଉଳ

ଜଗାରେ, ବସିଛୁ ଗମ୍ଭୀରି ଘର, l0l


ପୂରୁବ ଦୁଆର ତୋ ସିଂହ ଦୁଆର

    ଧର୍ମ ଦ୍ୱାର ସିନା ସେହି,

କାଶୀ ବିଶ୍ୱନାଥ ଧ୍ୟାୟନ୍ତୀ ତୋ ପାଦ

    ବାଇଶି ପାହାଚେ ରହି,

ଦକ୍ଷିଣରେ ଜଗେ ହନୁମାନ ବୀର

    ସେହି କାମନା ଦୁଆର, l1l


ପଶ୍ଚିମ ଦ୍ୱାରଠି ଚାରି ଧାମ ସେଠି

    ନାମ ସିନା ଅଶ୍ୱ ଦ୍ୱାର,

ଐଶ୍ବର୍ଯ୍ୟ ବିଭବ ପୁରି ଉଠେ ସେଠି

    ଅର୍ଥ ଦ୍ୱାର ନାମ ତାର,

ଦ୍ୱାରଟି ଉତ୍ତରେ ନାମ ହସ୍ତୀ ଦ୍ୱାରେ

   ଜୀବନର ମୋକ୍ଷ ଦ୍ୱାର, l2l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics