STORYMIRROR

Krushnapriya Mohapatra

Inspirational Others

3  

Krushnapriya Mohapatra

Inspirational Others

ଚାରି ଆଙ୍ଗୁଳିର ପିଣ୍ଡି

ଚାରି ଆଙ୍ଗୁଳିର ପିଣ୍ଡି

1 min
175

ଚାକିରି ଜୀବନ କଟିଗଲା ସିନା

ସରକାରୀ ଘରେ ରହି।

ଅବସର ନେଲେ କରିବାକୁ ହେବ

ଘରଟିଏ ନିଜ ପାଇଁ।


ଭାଵିଦିନ ରାତି କିଣିଲ ଯାଗାଟେ

ସହର ଉପାନ୍ତେ ଯାଇ

ନିଅଁଖୋଳା ହେଲା,କାନ୍ଥ ଗଢ଼ାହେଲା

ଲାଗି ଥାଏ ମନ ତହିଁ।


ପେଟରୁ ପିଠିରୁ କାଟି କିଛି କିଛି

ସଞ୍ଚି ଥିଲ ଯେଉଁ ଧନ।

ତାକୁ ଖର୍ଚ୍ଚ କରି ଗଢି ଥିଲ ଘର

ଭରି ଯାଇଥିଲା ମନ।


ପିଲାଙ୍କ ଇଚ୍ଛାରେ ଘର ସଜେଇଲ ,

ନାନା ଜିନିଷ କୁ କିଣି।

ବେଳ ଅଣ୍ଟେ ନାହିଁ ତାହାରି ଯତନ

କରୁ ଥିଲ ଦୁଇପ୍ରାଣୀ ।


ପୁଅ ବାହାକରି ବୋହୂ ଆଣିଦେବା

 ସରି ଆସିଲାଣି ବେଳ।

କହିଲେ ଘରଣୀ ଝିଅ ଖୋଜିହେଲ

ତୁଟି ଯିବ ଏ ଯଂଞ୍ଜାଳ


ପୁଅ ବାହା ହୋଇ ପରିବାର ସହ

ଚାକିରି ଜାଗାକୁ ଗଲା।

ଘର ଜଗି ତୁମେ ବାପା ମା ଦୁହେଁ।

ପଡ଼ି ରହିଥିଲ ଭଲା।


କାନ୍ଥ ଭାଙ୍ଗିଲାଣି,ରଙ୍ଗ ଛାଡ଼ିଲାଣି ,

ଉଈ ଖାଇଲାଣି କାଠ।

ଦୁଆର ଝରକା ସଜାଡି ସଜାଡି

ଭୁଲିଗଲ ପରମାର୍ଥ ।


କିଛି ଦିନ ଗଲା ବଳ କମିଗଲା

ଘର ଚିନ୍ତା ଲାଗେ ବୋଝ

ଜରା କବଳରେ ପଡ଼ି ଛଟପଟ

ନ ହୁଏ ମନରେ ହେଜ।


ସମୟ ଆସିଲା ଆତ୍ମା ତେଜି ଗଲା

ଘଟ ପଡ଼ି ଥିଲା ଶୂନ୍ୟ।

ଘର ରହିଥିଲା ଯେମିତି ସେମିତି

ପଞ୍ଚ ଭୁତେ ହେଲୁ ଲୀନ।


ଶ୍ମଶାନଚିତାରେ ଶୋଇ ପଡ଼ିଲୁ ତୁ

ଶରୀର ହେଲା ପାଉଁଶ 

ପୁଅ ଆଣିଥିଲା ଅସ୍ଥି ତୋ ଗୋଟେଇ

ଶ୍ରାଦ୍ଧପାଇ ହେବୁତୋଷ ।


ଫାଟକ ପାଖରେ ଠିଆ ହେଲା ପୁଅ,

ମା' ତା କହିଲା ଡାକି।

ରଖିଥା ଅସ୍ଥି କୁ ବାହାରେ ପୁଅରେ

ଭିତରକୁ ଆସିବ କି?? ।


ରଖି ଦେଲା ପୁଅ ବାହାର ପାଖରେ

ବୁଝେଇ କହିଲେ ଲୋକ

ବନାଇ ଦେ ଗୋଟେଛୋଟିଆ ପିଣ୍ଡିଟେ

 ଅସ୍ଥି ସେଠି ସୁରକ୍ଷିତ ।


ଘର କରିଥିଲୁ ଲକ୍ଷ ଲକ୍ଷ ସାରି।

ହୋଇ କେତେ ହନ୍ତସନ୍ତ।

ସକାଳ ସଞ୍ଜରେ ଧୂପ ଦେଇ ନିତି

ବୋହୂ ହୁଏ ଦଣ୍ଡବତ।


ଅସ୍ତି ବିସର୍ଜନ କଲା ଯାଏ ପୁଅ

ରହିବୁ କର୍ମକୁ ନିନ୍ଦି।

ଶେଷ ପର୍ଯ୍ୟନ୍ତ ତୁ ଆଦରି ନେଇଥା

ଚାରି ଆଙ୍ଗୁଳିର ପିଣ୍ଡି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational