STORYMIRROR

padmaja pati

Abstract

2  

padmaja pati

Abstract

ଚାପି ଦୁଇ ଧାର ଲୁହ

ଚାପି ଦୁଇ ଧାର ଲୁହ

1 min
160

ମାଆ ମାଟି ପାଇଁ ଜାଗ୍ରତ ପ୍ରହରୀ

ବକ୍ଷୁ ରୁଧିର ଢାଳି

ଛାଡି ଦୀର୍ଘଶ୍ୱାସ ଛାତିକୁ ପତେଇ

ଦେଇପାରେ ପ୍ରାଣବଳି l

ହେବ ଅପମାନ ପୋଷାକକୁ ଭାବି

କାନ୍ଦି ସେ କାନ୍ଦି ନ ପାରେ

ଢଳିପଡେ କେତେ ନଶ୍ୱର ଦେହ

ଏ ମାଟିର ବୁକୁ ପରେ l

ଶବାଧାର ପାଏ ଜାତୀୟ ସମ୍ମାନ

ହୋଇଥାଏ ଫୁଲମୟ

ଚାପି ଦୁଇ ଧାର ଲୁହ ଆଖି କୋଣେ

ତା' ସାଥୀ ଦିଏ ବିଦାୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract