STORYMIRROR

Sudruma Panda

Inspirational

3  

Sudruma Panda

Inspirational

ଚାଣକ୍ୟ ତୁମକୁ କୋଟି ପ୍ରଣାମ

ଚାଣକ୍ୟ ତୁମକୁ କୋଟି ପ୍ରଣାମ

1 min
193


ଇତିହାସ ପୃଷ୍ଠେ ସ୍ବର୍ଣ୍ଣିମ ଅକ୍ଷରେ

ଲିପିବଦ୍ଧ ଯାର କୀରତି ରାଜି,

ଯା କୀର୍ତ୍ତି କଳାପ ଝୁରୁଛି ଦୁନିଆଁ

ଅଛି ପ୍ରତି ହୃଦେ ଆଦର୍ଶ ସାଜି ।। 


ଚଣକ ନନ୍ଦନ ହେ ବିଶ୍ଵ ବନ୍ଦନ

ଭାରତାକାଶ ଉଜ୍ଜ୍ୱଳ ନକ୍ଷତ୍ର,

ଭାରତ ମାତାଙ୍କ ସୁଯୋଗ୍ୟ ସନ୍ତାନ

ସୁକର୍ମେ ଦେଶକୁ କଲ ପବିତ୍ର ।। 


ଶାସ୍ତ୍ରରେ ଶାସ୍ତ୍ରରେ ଅତି ହିଁ ନିପୁଣ

ଅତି ବିଚକ୍ଷଣ ଅତି ଚତୁର,

ଅର୍ଥ ଶାସ୍ତ୍ରେ ବିଜ୍ଞ ସୁଜ୍ଞାନ ନୀତିଜ୍ଞ

ଗୁଣେ ପଟାନ୍ତର ନାହିଁ ତୁମର ।। 


ବ୍ରାହ୍ମଣ କୁଳର ଦୀପ୍ତ ଶିରୋମଣି

ଗୁରୁ କୁଳ ର ଉଜ୍ଜ୍ୱଳ ତାରକା,

କର୍ତ୍ତବ୍ୟ ନିଷ୍ଠା ର ଜ୍ୱଳନ୍ତ ଦୃଷ୍ଟାନ୍ତ

ଶ୍ରେଷ୍ଠ ମନ୍ତ୍ରୀ ରୂପେ ଉଡ଼େ ପତାକା ।।


ବିଳାସୀ ବ୍ୟଭିଚାରୀ ରାଜା ନନ୍ଦ ର

ଅସହ୍ୟ ହୋଇବାରୁ ଅପମାନ,

ଦୃଢ଼ ପ୍ରତିଜ୍ଞା ରେ ନନ୍ଦ ବଂଶ ନାଶି

ମୈ।ର୍ଯ୍ଯ ବଂଶ କରିଥିଲ ସ୍ଥାପନ ।।


ନୀତି ଶ୍ଳୋକ ନୀତି ବାଣୀର ସାଗର

ନୀତି ଶିକ୍ଷା ର ଆଲୋକ ବର୍ତ୍ତିକା,

ସାରା ଜଗତର ମାର୍ଗ ପ୍ରଦର୍ଶକ

ନିଃସ୍ୱାର୍ଥ ନିର୍ଲୋଭ ତପସ୍ୱୀ ଏକା ।।


ଏ ମାଟି ଖୋଜୁଛି ତୁମ ଅବସ୍ଥିତି

ଲୋଡୁ ଅଛି ଦିଗ ଦର୍ଶନ ତୁମ,

ଅଲୌକିକ ପ୍ରତିଭା ର ଅଧିକାରୀ

ଚାଣକ୍ୟ ତୁମକୁ କୋଟି ପ୍ରଣାମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational