Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଚାଲଯିବା ବୃନ୍ଦାବନ

ଚାଲଯିବା ବୃନ୍ଦାବନ

1 min
345


    

ଥକାମନ ଆଜ ଚାଲ ଯିବା ବୃନ୍ଦାବନ l

ଦର୍ଶନ କରିବା ଯାଇ ଶ୍ରୀ ନନ୍ଦନନ୍ଦନ ll

ନିଧିଵନୁ ପ୍ରଭାତରୁ ଫୁଲ ତୋଳି ଏକା l

ଥିରିଥିରି ପଥଚାଲି ଶ୍ରୀମତୀ ରାଧିକା ll

ଆସୁଥିବେ ତାଙ୍କ ପଦେ ଶରଣପଶିବା l

ଶ୍ରୀପତିଙ୍କ କଥା ଶ୍ରୀମତୀଙ୍କୁ ପଚାରିବା ll

ବାଙ୍କଚାହାଣିରେ ପ୍ରଭୁ ଶ୍ରୀବାଙ୍କେବିହାରୀ l

ନେତ୍ର ପବିତ୍ର କରିବା ତାଙ୍କେ ଅନୁସରି ll

ବାଙ୍କଅଧରେ ତାଙ୍କର ମୁରଲୀ କି ଶୋଭା l

ତ୍ରିଭଙ୍ଗୀଠାଣିରେ ଉଭା ଜନମନ ଲୋଭା ll

କାଳୀୟ ଗଞ୍ଜନ ପ୍ରଭୋ ଭକ୍ତ ଭାବଗ୍ରାହୀ l

ଶକଟାଭଞ୍ଜା ନିଶ୍ଚୟ ନେବେଟି କୋଳାଇ ll

ରାଧାକୁଣ୍ଡେ ଶ୍ୟାମକୁଣ୍ଡେ ସାରିଣ ସ୍ନାହାନ l

ପରିକ୍ରମା କରି ଯିବା ଗିରି ଗୋବର୍ଦ୍ଧନ ll

ଦ୍ଵାପରେ ଗୋକୁଳ ରଖି ପ୍ରଭୁ ଗିରିଧାରୀ l

ଛତ୍ରପ୍ରାୟ ଟେକିଥିଲେ ଗୋବର୍ଦ୍ଧନ ଗିରି ll

କେଳି କଦମ୍ବରେ ଯାଇ ପତାକା ବାନ୍ଧିବା l

ରାସକୁଞ୍ଜେ ରସରାଜ ଗୋପିବୃନ୍ଦ ଶୋଭା ll

ମଥୁରାରେ ଦେଖି ଯିବା କଂସ କାରାଗାର l

ଶ୍ରୀକୃଷ୍ଣ ଜନ୍ମିଲେ କଂସ କରିବେ ସଂହାର ll

ଉଗ୍ରସେନେ ଦେଖାଇଲେ ଶଙ୍ଖ,ଚକ୍ର ଚିହ୍ନ l

ବସୁଦେବଶିରେ ଗୋପେ କରିଲେ ଗମନ ll

ଘୋର ବର୍ଷା ଘଡ଼ଘଡ଼ି ଭୟାନକ ରାତି l

ଉଛୁଳା ଯମୁନା ପଥଦେଲା ଚିରି ଛାତି ll

ନନ୍ଦରାଣୀ ଅଙ୍କେ କୃଷ୍ଣ ବସୁଦେବ ଥୋଇ l

ବନ୍ଦୀଘରେ ପହଞ୍ଚିଲେ କନ୍ୟା ପାଲଟାଇ ll

ଗୋପ ପୁରେ ବହେ ଆଜି ମଳୟ ମରନ୍ଦ l

ଜନ୍ମାଷ୍ଟମୀ ଜନମିଲେ ଧରାରେ ଗୋବିନ୍ଦ ll

ଜୟ ଶ୍ରୀରାଧେଗୋବିନ୍ଦ ଜୟ ଦେବ ହରେ l

ଜୟ ଶ୍ରୀରାଧେ ଶ୍ରୀକୃଷ୍ଣ ମୁକୁନ୍ଦ ମୁରାରେ ll

               


Rate this content
Log in

Similar oriya poem from Inspirational