STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚାଳନ୍ତି ଶୂନ୍ୟେ ଶବଦ

ଚାଳନ୍ତି ଶୂନ୍ୟେ ଶବଦ

1 min
13K


ସନ୍ଥକବି ଭୀମ ଭୋଇ


ଚାଳନ୍ତି ଶୂନ୍ୟେ ଶବଦ ଅନୁମାନ ଚିତ୍ତେ ଭେଦ

ଅକଳଣା ବାରାନିଧି ନାମ ମହିମା ଅଗାଧ । ଘୋଷା ।

ଗମ୍ୟ ନାହିଁ ଚାରିଧର୍ମ ଜ୍ୟୋତି, ଜ୍ୱାଳା, ଊର୍ମ,ଧୂର୍ମ

ବ୍ରହ୍ମା ବିଷ୍ଣୁ ଶିବ ବଣା ଏମନ୍ତ ସେ ଯେଉଁ ପାଦ ।୧।

ଯେ ରାମଚନ୍ଦ୍ର ଅନନ୍ତ କୃଷ୍ଣଚନ୍ଦ୍ର ଜଗନ୍ନାଥ

ଚାରିଯୁଗେ ଅବତରି ହୋଇ ନ ପାରିଲେ ସିଦ୍ଧ ।୨।

ଋକ୍ ସାମ ଯଜୁ ଅଥ ହ୍ଲିଂ ଶ୍ଲିଂ କ୍ଲିଂ ଯୁକ୍ତ

ଦିଗ ଆକାଶରେ ଭ୍ରମି ଲୋଡି ନ ପାଇ ବିଷାଦ ।୩।

ପୃଥ୍ବୀ ପଞ୍ଚଭୂତ ବାଇ ଜ୍ୟୋତି ତେଜ କଳା ବହି

ଚନ୍ଦ୍ର ସୂର୍ଯ୍ୟ ଉଦେ ହୋଇ ନ ପାଇଲେ ଅନ୍ତ ଆଦ୍ୟ ।୪।

ଛପ୍ନାକୋଟି ଜନ୍ତୁ ଜୀବ କରି ନ ପାରିଲେ ଠାବ

ମୁନି ତପସ୍ୟାରେ ବସି ମନରେ ହେଲେ ତବଦ ।୫।

ଅବ୍ୟକତ ବ୍ରହ୍ମ ଯେହି ରୂପ ରଚନାରେ ନାହିଁ

କହେ ଭୀମ ଅରକ୍ଷିତ ଅନାମେ ରହିଲା ଭେଦ ।୬।

ସମାପ୍ତ


Rate this content
Log in

Similar oriya poem from Classics