STORYMIRROR

Chinmaya Nayak

Tragedy Inspirational

4  

Chinmaya Nayak

Tragedy Inspirational

ଚାଳଘର

ଚାଳଘର

1 min
238

     ବାଉଁଶ,ନଡ଼ାର ଏଇ ଚାଳଘର 

       ଲାଗଇ କେତେ ସୁନ୍ଦର, 

    ଗୋବର ମାଟିର ଚଟାଣ ତାହାର 

       ସତେ କି ଅବା ମନ୍ଦିର  l


    କେତେ ରକମର ଝୋଟି ମୂରୁଜର 

       ଦିଶେ ଯେତେ ମନୋହର, 

     ଗାଆଁ ମାଟିର ଅଭୂଲା ଛବି ତାର 

        ମନରେ ଥିବ ଆମର  l

        

     ମମତା ଅପାର ସେନେହ ପ୍ରେମର 

        ଅସହାୟ ପଣତର, 

     ଗୌରବ ତାହାର ଜନମ ଯାହାର 

        ରଚିଥିଲା ବଞ୍ଚିବାର  l 


    ଦୁଃଖରେ ଆତୁର ଜୀବନ ଯାହାର 

        ଗଢିଥିଲା ପରିବାର, 

    ଆଜି ଯେ ତାହାର ଶ୍ରମ ଜୀବିକାର 

        ନୀରବତା ପ୍ରତିକାର  l


     ଅଟେ ମଣିଷର ବଞ୍ଚିବା ଯାହାର 

        ସ୍ବାଭିମାନୀ ସ୍ୱଭାବର, 

     ତଥାପି ତାହାର ନିୟତି ବିଚାର 

       ଗଢିଦେଲା ସ୍ଵପ୍ନଘର   I


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Tragedy