STORYMIRROR

Prakash Sahoo

Tragedy

2  

Prakash Sahoo

Tragedy

ଚାଲିଯିବି ବହୁଦୂର

ଚାଲିଯିବି ବହୁଦୂର

2 mins
12.8K


ତୁ ମୋତେ କହୁଥିଲୁ

ମୁଁ ଖାଲି ଶୁଣୁଥିଲି

ତୁ ସାଥେ ଚାଲୁଥିଲୁ

ମୁଁ ସାହାରା ଦେଲି

ତୁ ହସିବୁ ବୋଲି

ମୁଁ ଦୁଃଖ ଚାପିଦେଲି

ଆଜି ଏ କଣ ହେଲା

ଏମିତି କାହିଁକି ହେଲା

ଛାଡ଼ି ଦେଲୁ ହାତ ମୋର

ହାତ ଧରିଲୁ ଆଉ କାହାର

ତୁ ଚାଲି ଗଲୁ ତୋ ଘର

ଛାଡି ଗଲୁ ତୋ ଶେଷ ସ୍ୱର

ସମ୍ପର୍କ ନାହିଁ ଆଉ ଆମର

ମୁଁ ତୋ ପାଇଁ ହେଲି ପର

ତୁ ଗଲୁ ତୋ ଶାଶୂଘର

ତୋ ଦେହେ ପାଟ ଲୁଗା

ମୋ ଦେହେ ଧଳା ଲୁଗା

ତୁ ବାହୁନି ବାହୁନି ଯିବୁ

ମୁଁ ଖଇ କଉଡ଼ି ବିଞ୍ଚି ଯିବି

ତୋ ମଥା ରେ ସିନ୍ଦୂର

ମୋ ମଥା ରେ ଅବିର

ମୁଁ ଚାଲିଯିବି ବହୁଦୂର

ବଞ୍ଚିଥିଲି ତୋ ପାଇଁ

ହାରିଲି ବି ତୋ ପାଇଁ

ତୁ ହେବୁ ନୂଆ ବୋହୁ

ମୁଁ ହେବି ଶେଷ ବାହୁ

ତୋ ମା ଦୁଃଖ କରୁଥିବ

ମୋ ମା ମୋତେ ଝୁରୁଥିବ

ସାର୍ଥକ ହେବ ଜନ୍ମ ତୋର

ନିରଥର୍କ ଜନ୍ମ ମୋର

ଖୋଜି ବୁନି କେବେ ମୋତେ

ଖୋଜି ପାଇବୁନି ମୋତେ

ଚାଲିଯିବି ବହୁଦୂର

ବୃକ୍ଷଲତା ସଙ୍ଗେ

ତୋ ସ୍ମୃତି ଧରି ଅଙ୍ଗେ

ନିର୍ଜୀବ ପଥ ଶୁଣିବ

ନଦୀ ବି ବହୁଥିବ

ଜହ୍ନ ବି ଦେଖୁଥିବ

ବାକି ରାତି ପାହିଯିବ

କିନ୍ତୁ ପାଇବୁନି ମୋ ସ୍ୱର

ଚାଲିଯିବି ବହୁ ଦୂର

ଆସିବିନି ତୋ ଜୀବନେ

ରଖିବୁନି ମୋତେ ମନେ

ତୋ ବିନା ମୁଁ ଏକା ହେଲି

ଏହି ଦୁନିଆ କୁ ଛାଡିଦେଲି

ପାଉଥିଲି ଭଲ ତୋତେ

ସେ ପାଉଥିଲା ଭଲ ମୋତେ

ମୋ ମୃତ୍ୟୁ ତୋତେ ଖୁସି

ମୋ ମା ହୁଏ ଆଜି ଦୁଃଖୀ

ଯେତେ ଦୁଃଖ ସବୁ ତୋର

ନେଇ ମୁଁ ଯାଉଛି

ଦେବି ନାହିଁ ଆଉ ବ୍ୟଥା

ରାଣ ରହିଲା ଏହି କଥା

ସ୍ବପ୍ନ ଅବା ଭାବନା ରେ

ଭାବିବୁନି କଥା ମୋର

ମୁଁ ଚାଲିଯିବି ବହୁ ଦୂର

ତୁ କରିଥିଲୁ ସମୟ ର ସାଥି

ମୁଁ ଭାବିଥିଲି ଜୀବନ ସାଥି

ଭୁଲ କିଛି ନାହିଁ ତୋର

ସବୁ ଦୋଷ ଭାଗ୍ୟ ମୋର

ଶେଷ ଥର ପାଇଁ

ଦେଖି ଦେଇ ଯା ମୋତେ

ଏତିକି ମୋ ନିବେଦନ

ଆଉ ପାଇବୁନି ମୋ ଦର୍ଶନ

ତୁ ସବୁ ସୁଖ ମୋର

ସାଉଁଟି ନେଇ ତୋଳିବୁ

ତୋ ସୁନା ର ସଂସାର

ତୋ ପାଇଁ ହେଲି ମୁଁ ସାତ ପର


ଚାଲିଯିବି ବହୁ ଦୂର.....


ପ୍ରକାଶ ସାହୂ


Rate this content
Log in

Similar oriya poem from Tragedy