STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Classics

3  

ପ୍ରିୟଦର୍ଶିନୀ ମହାନ୍ତି

Classics

ଚାଲିଛି ଏ କି ଶାସନ!!

ଚାଲିଛି ଏ କି ଶାସନ!!

1 min
269

ଚାଲାଣ ଭୟରେ ଚାଳକମାନେ

 ହୋଇଲେଣି ସଚେତନ,

ଧର୍ଷଣ ପାଇଁକି ମୃତ୍ୟୁଦଣ୍ଡ ନିଶ୍ଚେ

  ହୁଅନ୍ତା ଯଦି ଆଇନ।

ନାରୀ ହୁଅନ୍ତା ନାହିଁ ଏତେ ହୀନ

ମଦ ପିଇ ହଉ ସଂସାର ଉଚ୍ଛନ୍ନ

  ରାଜକୋଷ ହଉ ପୂର୍ଣ୍ଣ।


ରାତି ନ ପାହୁଣୁ କାଉ ନ ରାବୁଣୁ

   ତିଆରି ହୁଏ ଆଇନ,

ନିଷ୍ଠୁର ଆଇନ ପ୍ରତି ହୋଇ କ୍ଷୋଭ

  କରନ୍ତି ନାହିଁ ପାଳନ।

ତାପରେ କରାଯାଏ ସଂଶୋଧନ,

ଧନ୍ୟ ତୁମେ ଆଉ ତୁମ ଶାସନ,

  ଧନ୍ୟ ଆଇନ କାନୁନ।


ଏହିତ ଆମ ଗଣତନ୍ତ୍ର ଶାସନ

  ଗଣ ହେଲେ ଏଠି ଗୌଣ,

ଫିରିଙ୍ଗି ଶାସନ ଠାରୁ ବଳିଗଲା

  ଅତ୍ୟାଚାର ଆଉ ଲୁଣ୍ଠନ।

ଶାସନ ନାଆଁ ରେ ଚାଲେ ପ୍ରହସନ,

ନିରବରେ ଦେଖୁଅଛି ପ୍ରଶାସନ,

 ଚାଲିଛି ଏ କି ଶାସନ!!

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics