STORYMIRROR

Bijay Prusty

Abstract Others

4  

Bijay Prusty

Abstract Others

ଚାଲ ସଖୀ ଡଙ୍ଗା ଭସାଇବା

ଚାଲ ସଖୀ ଡଙ୍ଗା ଭସାଇବା

1 min
395

ପାହାନ୍ତା ପ୍ରହର ହୋଇଲାଣି ସଖୀ

ବେଗି ବେଗି ଉଠିପଡ

ନରେନ୍ଦ୍ର ପୋଖରୀ ପବିତ୍ର ଜଳରେ

ପକାଇବା ଆମେ ବୁଡ I


ତୋ ପାଇଁଲୋ ସଖୀ କଦଳୀ ପଟୁକା

ଡଙ୍ଗାଟିଏ ତିଆରିଛି

ଘିଅର ବନ୍ଦିଆ ତା ଦେହରେ ଅତି

ଯତନେ ଖଞ୍ଜି ଦେଇଛି I


ବିଡିଆ ପାନ ତୁ ଭାଙ୍ଗିଦେଇ ଖଣ୍ଡେ

ଥୋଇଦେବୁ ଡଙ୍ଗା ପରେ

ଆ କା ମା ବୈ ତୁଣ୍ଡେ ଗାଇ ଗାଇ

ଡଙ୍ଗା ଭସାଇବୁ ଧିରେ I


ସବୁ ମାସ ମଧ୍ୟେ କାର୍ତ୍ତିକ ସାର ଲୋ

କୁହନ୍ତି ଧରମ ମାସ

କାର୍ତ୍ତିକ ବ୍ରତ ତୁ ନିଷ୍ଠାରେ ପାଳିଛୁ

ମୁହଁରେ ଫୁଟାଇ ହସ I


ମାସକ ଯାକ ତୁ ହବିଷ ଖାଇଛୁ

ପୁଜିଅଛୁ ରାଧକୃଷ୍ଣ 

ଡଙ୍ଗାଟିଏ ସଖୀ ଭସାଇଲେ ଆଜି

ଅରଜିବୁ କୋଟି ପୂଣ୍ୟ I


ଗାଧୋଇ ପାଧୋଇ ଓଦା ବସନରେ

ଶିବ ଦରଶନ କରି

ଆନନ୍ଦ ମନରେ ଘରକୁ ଫେରିବୁ

ଜପି ଜପି ହର ହରି I

   


Rate this content
Log in

Similar oriya poem from Abstract