STORYMIRROR

Debabrata Jena

Inspirational

3  

Debabrata Jena

Inspirational

ଚାଲ ଗଛ ଲଗାଇବା

ଚାଲ ଗଛ ଲଗାଇବା

1 min
27K


ପୃଥିବୀ ଅଧୁନା ସଂକଟେ ପଡିଛି

ପରିବେଶ ପ୍ରଦୂଷଣେ

ଜୀବଜଗତର ଭବିଷ୍ୟତ ଆଜି

ରହିଅଛି ସନ୍ଧି କ୍ଷଣେ ।।

ଭାରସାମ୍ୟ ହାରି ପରିବେଶ ଆଜି

ଅସନ୍ତୁଳିତ ହେଲାଣି

ବାୟୁ ,ଜଳ ଆଉ ମୃତ୍ତିକା ସଙ୍ଗତେ

ପ୍ରଦୂଷିତ ଆଜି ଧ୍ୱନି ।।

କାରଖାନା ,ଯାନବାହନ ପ୍ରଭାବେ

ବିଷମୟ ଆଜି ବାୟୁ

ଦୂଷିତ ଗ୍ୟାସର ପ୍ରଭାବେ ଅଧୁନା

କମିଲାଣି ଆମ ଆୟୁ ।।

ଓଜନରେ ରନ୍ଧ୍ର ଅମ୍ଳବୃଷ୍ଟି ସଙ୍ଗେ

ସବୁଜ ଗୃହ ପ୍ରଭାବ

ଶ୍ଵାସ ରୋଗ ,ଚର୍ମ ଜନିତ ରୋଗ ଯେ

ତାହା ଯୋଗୁଁ ଆବିର୍ଭାବ ।।

ଆଧୁନିକ କୀଟନାଶକ ପ୍ରଭାବେ

ପ୍ରଦୂଷିତ ହୁଏ ଜଳ

କାରଖାନା ବର୍ଜ୍ୟ ବସ୍ତୁ ନିର୍ଗମନେ

ଜୀଵ ବିପଦ ସଂକୁଳ ।।

ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗେ

ପ୍ରଗତି କରିଛୁ ଯେତେ

ପ୍ରଦୂଷଣ ରୂପୀ ରାକ୍ଷସ ଆମକୁ

ଗିଳି ବସିଲାଣି ସେତେ ।।

ଜଙ୍ଗଲର କ୍ଷୟ ,ତାପମାତ୍ରା ବୃଦ୍ଧି

ଋତୁର ପରିବର୍ତ୍ତନ

ଅକାଳରେ ବନ୍ୟା, ଅନାବୃଷ୍ଟି ଆଜି

ବଢ଼ଇ ଦିନକୁ ଦିନ ।।

ଏବେ ବି ସମୟ ଅଛି ସୁଧୀ ଜନେ

ଚାଲ ଆମେ ବଦଳିବା

ନୂତନ ଜଙ୍ଗଲ ସୃଷ୍ଟି କରି ଆମେ

ପରିବେଶ ବଞ୍ଚାଇବା ।

ଭୋଗରାଇ ,ବାଲେଶ୍ଵର


Rate this content
Log in

Similar oriya poem from Inspirational