STORYMIRROR

Krushnapriya Mohapatra

Inspirational

3  

Krushnapriya Mohapatra

Inspirational

ଚାଲ ଆଉଥରେ ଫେରି

ଚାଲ ଆଉଥରେ ଫେରି

1 min
11.9K

ଦିନ ଥିଲା ଲୋକେ ଚାଲୁ ଥିଲେ ବାଟ

ଯାଉଥିଲେ ଚଢି ଶଗଡ଼ ଗାଡ଼ି।

ବାଇ ସାଇକଲ ଉଦ୍ଭାବନ କଲେ 

 ବ୍ୟାରୋନ କାର୍ଲନାମ ତାଙ୍କରି।

ଶୂନ ଭଳି ଥିଲା ବଡ଼ ସାନ ଚକ

ନାମ ଥିଲା ଆଗ ଶୂନ ଗାଡ଼ି।

ଇଂରେଜ ମାନେ ଯେ ଚଢି ସାଇକଲ

ଶିଖାଇଲେ ଆମ ଦେଶକୁଆଣି।


କ୍ରମେ କ୍ରମେ ତାର ରୁପ ବଦଳିଲା

ବିଭିନ୍ନ ଭାଵ ରେ ହେଲା ଆଦୃତ

ଲୋକଙ୍କ ଚାଲିବା ବାଟକୁକରିଲା

ସହଜ ରୁ ହେଲା ଅତି ସହଜ।


ମନ ପବନର ପକ୍ଷୀରାଜ ଘୋଡ଼ା

ଭାବୁଥିଲେ ଦିନେ ମଣିଷ ତାକୁ

ବାଇସାଇକଲ ଚଢି ଗଲା ବେଳେ

ନିଜକୁ ଭାବନ୍ତି ଅମୀରସବୁ।


ଏବେ ଆଉ ନାହିଁ ସାଇକଲ କାଳ

ଆସିଲାଣି କେତେ ରକମ ଯାନ

ପେଟ୍ରୋଲ ଡିଜେଲ ପକାଇଲେଯାଏ

 କ୍ଷଣକରେ ସେ ଯେ ଅନେକ ବାଟ।


ହେଲେ ତାର ଧୂଆଁ ପ୍ରଦୂଷଣ କରେ

ପରିବେଶ ହୁଏ ସମ୍ପୂର୍ଣ ନଷ୍ଟ।

ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉ ଅଛି

ସର୍ବଦା ଯେ ଚଢେ଼ ମଟର ଯାନ।


ସଚେତନ ହୋଇକେତେ ଜଣ ଏବେ

ବାଇ ସାଇକଲ ଚଲାଇ ବାକୁ ।

ସ୍ୱାସ୍ଥ୍ୟ ରକ୍ଷା ହେବ ବ୍ୟାୟାମ ହୋଇବ

ଫେରିବା କି ଆମେ ସେଇ ବେଳକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational