STORYMIRROR

Sudhanjali Mishra

Tragedy

4  

Sudhanjali Mishra

Tragedy

ଚାକିରିର ଅନୁଭୂତି

ଚାକିରିର ଅନୁଭୂତି

1 min
448

ଚାକିରି ର ଅନୁଭୂତି

ଚାକିରି ଜୀବନ ଜଞ୍ଜାଳ ଗ୍ରସ୍ଥ ଯେ

ବଡ଼ ବ୍ୟସ୍ତ ବହୁଳ

ସମୟାନୁସାରେ ଧାଅଁ ଚଞ୍ଚଳ

ସକାଳୁ ସଞ୍ଜ,ସଞ୍ଜରୁ ସକାଳ.....।

ଦିନଚର୍ଯ୍ୟା କର ପାଳନ

ଠିକ୍ ସମୟରେ ସଠିକ୍ କର୍ମ

କଲେ ମିଳିବ ସମ୍ମାନ

ରୋଷେଇ ସାରି ଯାଏ ପ୍ରତିଦିନ

ବିଦ୍ୟାଳୟ ଆଉ ଟିୟୁସନ

ଫେରିବା ବାଟକୁ ଚାହିଁଥାନ୍ତି ବାପା

ଥିଲା ତାଙ୍କ ନିତିଦିନିଆ କାମ ....।

ଫେରିଲେ ମୁଁ ମାଆ ଆଉ ବାପା

ମିଶିକରି ପିଉ ଚାହା ଟିକେ

ବିଦ୍ୟାଳୟେ କ'ଣ ଘଟଣା ଘଟିଲା

ବଖାଣିକି କହ ମୋର (ବାପାଙ୍କ)ଆଗେ

ଯଦି ସମାଧାନ ଥାଏ ମୋର ପାଶେ

ବୁଝାଇ କହିବି ବାଗେ .....

ପୂର୍ବରୁ ପାଠ ପଢିକି ଯାଉ ଥା

ପିଲାଙ୍କ ଶଙ୍କାକୁ ଦୂରେଇ ପାରିବୁ

ନିଜ ସମ୍ମାନକୁ ଜଗେ ......।

ବିଦ୍ୟାଳୟ ଗଲା ...

ବାପା ଚାଲିଗଲେ .....

ତାହା ଆଜି ଖାଲି ସ୍ମୃତି ..

ଝୁରି ହେଉଅଛି କବିତା ଲେଖୁଛି

ବଖାଣି ଚାଲିଛି ଅନୁଭୂତି ......।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy