STORYMIRROR

Bijaya Panda

Abstract

2  

Bijaya Panda

Abstract

ଚାକିରୀ

ଚାକିରୀ

1 min
189

କିଛି ଲୋକ ଭାବନ୍ତି ଚାକିରୀ କରିଥିବା

ଲୋକଗୁଡ଼ିକ ଭାଗ୍ୟବାନ

ସତରେ ନା କଣ


ହଁ ସରକାରୀ ଚାକିରୀଆଙ୍କ ପାଇଁ ପ୍ରଯୋଜ୍ୟ ବୋଧେ

ଘରୋଇ ବା ବେସରକାରୀ ଚାକିରୀ

ମୋର ମନକୁ ଏଇଟି ପ୍ରଶ୍ନଟିଏ ଆସେ

ଚାକର ଆଉ ଚାକିରିଆ ଭିତରେ ବେଶିକିଛି ଫରକ ଅଛିକି

ଉତ୍ତର ବୋଧେ ସମସ୍ତ ଚାକିରିଆଙ୍କୁ ଭଲକି ଜଣା

ହଁ ମୋତେ ବି


ସ୍ୱପ୍ନ ବାସ୍ତବ କଳ୍ପନା ଜଳ୍ପନା ଜୀଵନ ଅସ୍ତିତ୍ୱ

ସବୁ ଏହି ଚାକିରୀ ଭରସାରେ

ହଁ ମାଲିକେ ଯାହା କହିବେ


ଲୋକଙ୍କୁ ଲାଗେ ଏ.ସି ଘର ଭିତରେ ବସିଥିବା

ଲୋକଗୁଡ଼ାକ କି ଆହା କି ଖୁସିରେ ଅଛନ୍ତି

ହଁ ଥିବେ ବୋଧେ

ଏ.ସି ରେ ବସି ବସି

ଲୋକଙ୍କ ଭିତରେ ଥିବା ଡାଇବେଟିସ, ବ୍ଲଡ଼ ପ୍ରେସର

ଏମିତି ଆହୁରି କେତେ କଣ


ହେଲେ ବି ପାଗଳ ଏ ସାରା ସଂସାର

ଚାକିରୀ ନଥିଲେ ଝିଅ ମିଲୁନି ପରା

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏମ୍ବିଏ କରିକି

ସେଲସ ମେନ ଚାକିରୀ ହଉ ପଛେ

ଆମେ ଚାକିରୀ ହି କରିବୁ

କ୍ଷେତ ବାଡ଼ି ଚାଷ କିଏ କରିବ ଯେ

ସେଥିପାଇଁ ତ ଚାଷୀଠାରୁ ଦଶ ଟଙ୍କାର ପିଆଜ ଆଣି

ଦୁଇ ଶହ ଟଙ୍କାରେ ବିକ୍ରି ହେଉଛି ବଜାରରେ

କୋଡ଼ିଏ ତାଙ୍କର ଚାଉଳ ବିକ୍ରି ହେଉଛି ଚାରିଗୁଣା ଦରରେ


କେବେ ଏଦିନ ବଦଳିବ

ସହରମୁଖା ମଣିଷ ଗାଁର ଗୁରୁତ୍ୱ ବୁଝିବ

ଚାଷ ଆଉ ଚାଷୀର ମୂଲ୍ୟବୋଧ ହେଜିବ

ଟେକ୍ନୋଲୋଜି ଆଉ ବିଜ୍ଞାନକୁ ଚାଷରେ ଲଗେଇବ

ପ୍ରକୁତ ବିଦ୍ୟାକୁ ମାନବ ସେବାରେ ନିୟୋଜିତ କରିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract